ବାହାଘର ସାରି ଫେରୁଥିବାବେଳେ ଟ୍ରକ୍ ଧକ୍କାରେ ବୋଲେରୋ ଚୁରମାର: ଡ୍ରାଇଭରଙ୍କ ମୃତ, ବରକନ୍ୟାଙ୍କ ସମେତ ୬ଜଣ ଗୁରୁତର

ଧର୍ମଗଡ଼(କେନ୍ଯୁଜ୍): ବାହାଘର ସାରି ଫେରୁଥିବାବେଳେ ଭୟଙ୍କର ଦୁର୍ଘଟଣା। ଟ୍ରକ ଧକ୍କାରେ ବୋଲେରୋ ଚୁରମାର। ବିଳମ୍ବିତ ରାତିରେ ବରକନ୍ୟାକୁ ନେଇ ଫେରୁଥିବାବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। କଳାହାଣ୍ଡି ଧର୍ମଗଡ଼ ବ୍ଲକ ଆମପାଣି ଥାନା ବିଜୁ ଏକ୍ସପ୍ରେସ ୱେ ରାସ୍ତା ଭୁର୍ଷାଗୁଡ଼ା ନିକଟରେ ଟ୍ରକ ସହ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣାରେ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଗାଡିରେ ଥିବା ବରକନ୍ୟାଙ୍କ ସମେତ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବାହାଘର ପାଇଁ ଛତିଶଗଡ଼ ଦେବଭୋଗ ବ୍ଲକର ଡୁମେରପଦର ଗାଁରୁ ନବରଙ୍ଗପୁର ଜିଲ୍ଲା ମଇଦଲପୁର ବ୍ଲକ ସର୍ଗିଗୁଡ଼ା ଗାଁକୁ ଆସିଥିଲେ।