ବିଶ୍ୱରେ ବଢୁଛି କୋଭିଡ଼ ମୃତ୍ୟୁ ସଂଖ୍ୟା: ଡିସେମ୍ବର ୨୦ରୁ ୨୬ ମଧ୍ୟରେ ଆଖି ବୁଜିଲେଣି ୪୫ହଜାର ଆକ୍ରାନ୍ତ

କେନ୍ଯୁଜ୍: ବିଶ୍ୱରେ ବଢୁଛି କୋଭିଡ଼ ମୃତ୍ୟୁ ସଂଖ୍ୟା। ଡିସେମ୍ବର ୨୦ରୁ ୨୬ ମଧ୍ୟରେ ୪୫ହଜାର କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାମଧ୍ୟରୁ ୟୁରୋପରେ କେବଳ ୫୩ ପ୍ରତିଶତ । ଅର୍ଥାତ ୟୁରୋପରେ ୨୩ ହଜାର ୯୦୦ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ଆମେରିକାରେ ୨୯ ପ୍ରତିଶତ ଅର୍ଥାତ ୧୨ହଜାର ୭୮୨ ଜଣଙ୍କ ମୃତ୍ୟୁ ହୋଇଛି।
ଓମିକ୍ରନ ଭାରିଆଣ୍ଟ ପାଇଁ ବିପଦ ଅଧିକ ବଢିଯାଇଛି ବୋଲି WHO କହିଛି। ଅନ୍ୟପଟେ WHO ଟେକ୍ନିକାଲ ହେଡ ମାରିଆ କେର୍କହୋଭେ ଓମିକ୍ରନକୁ ନେଇ ଚେତାବନୀ ଦେଇଛନ୍ତି। ଗତ ସପ୍ତାହରେ ୫୦ଲକ୍ଷ କେସ, ୪୫ହଜାର ମୃତ୍ୟୁ ହୋଇଥିଲା। ଆଗାମୀ ସପ୍ତାହରେ ଏହା ଆହୁରି ବଢିବ। ଓମିକ୍ରନର ଗମ୍ଭୀରତା ବୁଝିବାକୁ ପଡିବ ବୋଲି କହିଛନ୍ତି ମାରିଆ କେର୍କହୋଭେ।
ସୂଚନା ଥାଉକି, କ୍ରମାଗତ ତୃତୀୟ ଦିନ ପାଇଁ ବିଶ୍ୱରେ ୧୦ ଲକ୍ଷରୁ ଅଧିକ ମାମଲା । ଗତ ୨୪ ଘଣ୍ଟାରେ ବିଶ୍ୱବ୍ୟାପୀ ୧୫ ଲକ୍ଷ ୯୧ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ୍ ବ୍ୟାପିବା ସହ ଆମେରିକା ଓ ୟୁରୋପର ଅନେକ ଦେଶରେ ଦୈନିକ ସଂକ୍ରମଣ ରେକର୍ଡ କରିଛି । ଆମେରିକାରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୬୫ ହଜାର ନୂଆ ମାମଲା ।
ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି ୧ ହଜାର ୬୭୪ ଜଣ । ହସ୍ପିଟାଲରେ ବେଡ୍ ନାହିଁ । ତ୍ରାହିତ୍ରାହି ଡାକୁଛି ୟୁରୋପ । ଫ୍ରାନ୍ସରେ ସଂକ୍ରମଣ ବ୍ରେକ୍ ଫେଲ୍ । ୨୪ ଘଣ୍ଟାରେ ୨ଲକ୍ଷ ୮ ହଜାର ୯୯ ସଂକ୍ରମିତ ଚିହ୍ନଟ । ଜାନୁଆରୀରେ ଫ୍ରାନ୍ସର ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ଛୁଇଁବ ବୋଲି ଆଶଂକା କରାଯାଉଛି।
ବ୍ରିଟେନ୍, ଇଟାଲୀ, ଗ୍ରୀସ ଓ ପର୍ତ୍ତୁଗାଲରେ ଓମିକ୍ରନ୍ ବିସ୍ଫୋରଣ । ବ୍ରିଟେନ୍ରେ ୨୪ ଘଣ୍ଟାରେ ୧ ଲକ୍ଷ ୮୩ ହଜାର କେସ୍ । ଅଷ୍ଟ୍ରେଲିଆରେ ମଧ୍ୟ ବିସ୍ଫୋରକ ସ୍ଥିତି । ମାମଲା ବଢ଼ିବା ସହ ହସ୍ପିଟାଲାଇଜେସନ୍ ବଢ଼ିଛି । ତେବେ ଆଶ୍ୱସ୍ତିର କଥା ଡେଲ୍ଟା ଭାରିଆଣ୍ଟ ପରି ଗୁରୁତର କରୁନି ଓମିକ୍ରନ୍ । କିନ୍ତୁ ସଂକ୍ରମଣ ବଢ଼ିବା ସହ ମେଡିକାଲ ଉପରେ ଚାପ ବଢ଼ିବାର ଆଶଂକା ବଢ଼ି ଯାଇଛି । ଓମିକ୍ରନ୍ ବିପଦ ନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।