ରୋମାଞ୍ଚକର ସ୍ଥିତିରେ ସେଞ୍ଚୁରିଆନ୍ ଟେଷ୍ଟ, ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ ହରାଇଛି ସାଉଥ ଆଫ୍ରିକା

କେନ୍ଯୁଜ୍:ରୋମାଞ୍ଚକର ସ୍ଥିତିରେ ସେଞ୍ଚୁରିଆନ୍ ଟେଷ୍ଟ । ସାଉଥ ଆଫ୍ରିକା ଆଗରେ ରହିଛି ୩୦୫ ରନର ଟାର୍ଗେଟ । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ସାଉଥ ଆଫ୍ରିକା ୪ ଓ୍ଵିକେଟ ହରାଇ କରିଛି ୯୪ ରନ୍ । ଓପନର ଡିନ୍ ଏଲଗାର ୫୨ ରନ କରି ଖେଳୁଛନ୍ତି । ଭାରତ ପକ୍ଷରୁ ଯଶପ୍ରୀତ୍ ବୁମରା ଦୁଇଟି ଓ୍ଵିକେଟ ନେଇଛନ୍ତି ।
ମହମ୍ମଦ ସାମି ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି । ଆଉ ୬ ଓ୍ଵିକେଟ ହାସଲ କରି ଭାରତ ମ୍ୟାଚ ଜିତିବା ଲକ୍ଷ୍ୟରେ ରହିଛି । ଭାରତ ପ୍ରଥମ ଇନିଂସରେ ୩୨୭ ଓ ଦ୍ୱିତୀୟ ଇନିଂସରେ ୧୭୪ରେ ଅଲଆଉଟ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୯୭ ରନରେ ଅଲଆଉଟ ହୋଇଯାଇଥିଲା ।
ସୂଚନା ଥାଉକି, ଦକ୍ଷିଣ ଆଫ୍ରିକାକୁ ପ୍ରଥମ ପାଳିରେ ମାତ୍ର ୧୯୭ ରନ୍ରେ ଆଉଟ୍ କରିବା ପରେ ଭାରତ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିଲା । ହେଲେ ବର୍ଷା ପରେ ବଦଳି ଯାଇଥିବା ପିଚ୍ରେ କେହି ବି ବ୍ୟାଟର ଭଲ ସ୍କୋର କରି ପାରିନଥିଲେ । ଓ୍ଵିକେଟ୍ କିପର ଋଷଭ ପନ୍ତ କରିଥିଲେ ସର୍ବାଧିକ ୩୪ ରନ୍ । ତାହା ପୁଣି ସେ ଦିନିକିଆ ଷ୍ଟାଇଲ୍ରେ ଖେଳି । ୩୪ ବଲ୍ ଖେଳି ୬ଟି ଚୌକା ସହ ୩୪ ରନ୍ କରିଥିଲେ ।
ଓପ୍ନର କେ.ଏଲ୍ ରାହୁଲ ୨୩, ଅଜିଙ୍କ୍ୟ ରାହାଣେ ୨୦, ଅଧିନାୟକ ବିରାଟ କୋହଲି ୧୮ ରନ୍ କରି ଆଉଟ୍ ହୋଇଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ରାବଡ଼ା ଓ ମାର୍କୋ ଜେନସେନ ୪ଟି ଲେଖାଏଁ ଏବଂ ଏନଗିଡ଼ି ୨ଟି ଓ୍ଵିକେଟ୍ ନେଇଥିଲେ ।ପୂର୍ବରୁ ମହମ୍ମଦ ସାମି ୪୪ ରନ୍ ଦେଇ ୫ଟି ଏବଂ ବୁମରା ଓ ଠାକୁର ୨ଟି ଲେଖାଏଁ ଓ୍ଵିକେଟ୍ ନେଇ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ୍କୁ ୧୯୭ରେ ଶେଷ କରି ଦେଇଥିଲେ । ବଭୁମା ସର୍ବାଧିକ ୫୨ ରନ୍ ସ୍କୋର କରିଥିଲେ ।