Below header

ରାଷ୍ଟ୍ରପତି ପୋଲିସ ପଦକ ଘୋଷଣା: ସମ୍ମାନିତ ହେବେ ଓଡ଼ିଶାର ୩ ଅଧିକାରୀ

ଓଡ଼ିଶାର ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ମିଳିବ ରାଷ୍ଟ୍ରପତି ପଦକ । ଓଡ଼ିଶାରୁ ଗୃହ ବିଭାଗ ସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ ।

ଭୁବନେଶ୍ୱର (କେନ୍ୟୁଜ):  ୭୫ ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ୧୧ ଶହ ୩୨ ଜଣ ବିଶିଷ୍ଟ୍ଠ ବ୍ୟକ୍ତି ପାଇଁ ପୁରସ୍କାର ଘୋଷଣା ହୋଇଛି । ଓଡ଼ିଶାର ୨୮ ଜଣ ପୋଲିସ ଅଧିକାରୀଙ୍କୁ ପଦକ ମିଳିବ । ସାହସିକତା ପାଇଁ ୧୫ ଜଣ , ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ଓ ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ଦିଆଯିବ ।  ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଓଡ଼ିଶାର ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ । ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ ।

ସେହିପରି କନେଷ୍ଟବଳ ସଂଯୁକ୍ତା ପଟ୍ଟନାୟକଙ୍କୁ ମଧ୍ୟ ଉଲ୍ଲେଖନୀୟ ସେବା ପଦକ ମଳିବ । ଓଡ଼ିଶାର ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ଦିଆଯିବ ।  ଆଇଜି ସତ୍ୟବ୍ରତ ଭୋଇଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ । DSP ସାରଦା ପ୍ରସନ୍ନ ପ୍ରଧାନ, DSP ପ୍ରଦୀପ ସାମଲ, ପ୍ରଶାନ୍ତ ସାହୁ ଓ ଇନ୍ସପେକ୍ଟର ରଶ୍ମି ରଞ୍ଜନ ମହାପାତ୍ରଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ । ଡେପୁଟି କମାଣ୍ଡାଣ୍ଟ ରଜତ କେରକେଟା, ହାବିଲଦାର ଦିଲୀପ ନାଏକ, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ବିଜୟ ପ୍ରଧାନ, ସିପାହୀ ବନମାଳି ରାୟ, ସିପାହୀ ନାମ୍ ବାହାଦୁର ଛେତ୍ରୀ ଓ କନେଷ୍ଟବଳ ଆରତୀ ସାହୁଙ୍କୁ ପ୍ରଶଂସନୀୟ ସେବା ପଦକ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.