Below header

ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅନ୍ତର୍ଗତ ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ଓ SOG ଯବାନ ମଧ୍ୟରେ ଗୁଳି ବିନିମୟ ।

ବୌଦ୍ଧ : ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅନ୍ତର୍ଗତ ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ଓ SOG ଯବାନ ମଧ୍ୟରେ ଗୁଳି ବିନିମୟ । ପ୍ରାୟ ଦେଢ ଘଣ୍ଟା ଧରି ମିନିଟ୍ ଧରି ଗୁଳିବିନିମୟ ଚାଲିଥିବା ସୂଚନା ମିଳିଛି। ମାଓବାଦୀ ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ ହୋଇଛି। SOG ଟିମ୍ ଏହି ଅଞ୍ଚଳରେ ମାଓ କ୍ୟାମ୍ପ ଥିବା ଖବର ପାଇ ଆଜି ସକାଳୁ କୁମ୍ବିଂ ଅପରେସନ କରିଥିଲେ। ସେଠାରେ ଥିବା KKBN ସଂଗଠନ ର ମାଓବାଦୀ SOG ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ଯବାନ ପାଲଟା ଗୁଳିଚାଳନା କରିଥିଲେ। ଏବେ ସେ ଅଞ୍ଚଳକୁ ଅଧିକ ଫୋର୍ସ ପଠାଯାଇଥିବା ସୂଚନା ଦେଇଛନ୍ତି ବୌଦ୍ଧ ଏସ୍ ପି । ପୂର୍ବରୁ ମଧ୍ୟ ଏଠାରେ ଅପରେସନ କରି ମାଓ କ୍ୟାମ୍ପ ନଷ୍ଟ କରିଥିଲେ ସୁରକ୍ଷା ବାହିନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.