ଶୀତ ଅଧିବେଶନ: ୧୪ ସାଂସଦ ନିଲମ୍ବିତ, ଲୋକସଭା ଓ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ

ସଂସଦର ଶୀତ ଅଧିବେଶନରୁ ନିଲମ୍ବିତ ହେଲେ କଂଗ୍ରେସର ୫ ଲୋକସଭା ସାଂସଦ। ସଂସଦର ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଗୁରୁବାର ଲୋକସଭା ଓ ରାଜ୍ୟସଭାରେ ଖୁବ୍‌ ହଙ୍ଗାମା କରିଥିଲେ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବି କରିଥିଲେ। ଫଳରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।

ସଂସଦର ଶୀତ ଅଧିବେଶନରୁ ନିଲମ୍ବିତ ହେଲେ କଂଗ୍ରେସର ୫ ଲୋକସଭା ସାଂସଦ। ସଂସଦର ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଗୁରୁବାର ଲୋକସଭା ଓ ରାଜ୍ୟସଭାରେ ଖୁବ୍‌ ହଙ୍ଗାମା କରିଥିଲେ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବି କରିଥିଲେ। ଫଳରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।

ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗୃହରେ ହଙ୍ଗାମା କରିଥିବା କଂଗ୍ରେସ ସାଂସଦ ଟି.ଏନ୍‌. ପ୍ରତାପନ, ହିବି ଇଡେନ୍, ଜ୍ୟୋତିମଣି, ରମ୍ୟା ହରିଦାସ ଓ ଡିନ୍ କୁରିଆକୋସଙ୍କୁ ଶୀତ ଅଧିବେଶନର ଅବଶିଷ୍ଟ ସମୟରୁ ନିଲମ୍ବିତ କରିଛନ୍ତି।

ଏହାପରେ ବି ହଙ୍ଗାମା ଥମି ନ ଥିଲା ଏବଂ ଆହୁରି ୯ ଜଣ ସାଂସଦଙ୍କୁ ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରି ଦିଆଯାଇଛି। ଏଥିରେ ବେନି ବେହନନ, ମହମ୍ମଦ ଜାଭେଦ, ପିଆର୍‌ ନଟରାଜନ, କନିମୋଝି, ଭିକେ ଶ୍ରୀକନ୍ଦନ, କେ. ସୁବ୍ରମଣ୍ୟମ୍‌, ଏସ୍‌ଆର୍‌ ପାର୍ଥିମନ, ଏସ୍‌ ଭେଙ୍କଟେଶନ ଓ ମନିକମ୍‌ ଟାଗୋର ସାମିଲ ଅଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାରେ କହିଛନ୍ତି ଯେ ‘ଆମେ ସମସ୍ତେ ସହମତ ଯେ ଗତକାଲିର ଦୁର୍ଭାଗ୍ୟଜନକ ଘଟଣା ଲୋକସଭା ସଦସ୍ୟଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ତ୍ରୁଟି ଥିଲା। ଏହି ମାମଲାରେ ଲୋକସଭା ବାଚସ୍ପତିଙ୍କ ନିର୍ଦ୍ଦେଶରେ ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି’।

ସେପଟେ ରାଜ୍ୟସଭାରେ ହଙ୍ଗାମା କରୁଥିବା ଟିଏମ୍‌ସି ସାଂସଦ ଡେରେକ୍‌ ଓ’ ବ୍ରାୟନଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। ଅପମାନଜନକ ବ୍ୟବହାର ପାଇଁ ସାଂସଦଙ୍କୁ ଶୀତକାଳୀନ ଅଧିବେଶର ଅବଶିଷ୍ଟ ଭାଗ ପାଇଁ ନିଲମ୍ବନ ପ୍ରସ୍ତାବକୁ ରାଜ୍ୟସଭା ପାରିତ କରିଛି। ରାଜ୍ୟସଭା ଅଧ୍ୟକ୍ଷଙ୍କ ଅନୁସାରେ, ଡେରେକ୍‌ ଓ’ ବ୍ରାୟନ ଗୃହର ୱେଲ୍‌ରେ ପ୍ରବେଶ କରି ସ୍ଲୋଗାନ ଦେଇଥିଲେ ଏବଂ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିଲେ। ତେଣୁ ତାଙ୍କୁ ଅଧିବେଶନର ଅବଶିଷ୍ଟ ଦିନଗୁଡ଼ିକ ପାଇଁ ନିଲମ୍ବିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.