Below header

ଶୀତ ଋତୁରେ ହଳଦୀ ସେବନ ପାଇଁ ଆପଣାନ୍ତୁ ଏହି ୪ଟି ଉପାୟ, ଦୂର ହେବ ଅନେକ ରୋଗ

ହଳଦୀରେ ଭିଟାମିନ୍‌ ସି, ଭିଟାମିନ୍‌ ଇ, ଆଇରନ, ଜିଙ୍କ ସମେତ ଅନ୍ୟାନ୍ୟ ପୋଷକ ତତ୍ୱ ରହିଥାଏ । ଏହା ବ୍ୟତୀତ ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଇନଫ୍ଲାମେଟୋରୀ ଏବଂ ଆଣ୍ଟିସେଫ୍ଟିକ୍‌ ଗୁଣ ଥାଏ ଯାହା ହଳଦୀକୁ ଆହୁରି ଖାସ କରିଥାଏ ।

ଶୀତ ଋତୁରେ ଥଣ୍ଡା, କାଶ ଏବଂ ଜ୍ୱର ଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ରହିଥାଏ । ଏହି ରୋଗରୁ ବଞ୍ଚିବା ପାଇଁ ନିଜ ଲାଇଫଷ୍ଟାଇଲ ଏବଂ ଡାଏଟରେ ପରିବର୍ତ୍ତନ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଅମେ ନିଜ ଡାଏଟରେ ଏପରି ଜିନିଷ ସାମିଲ କରିବା ଉଚିତ ଯାହା ଆମ ସ୍ୱାସ୍ଥ୍ୟକୁ ଫିଟ ରଖିବାରେ ସାହାଯ୍ୟ କରିବ । ଏହି ସସସ୍ତ ଜିନିଷ ଖାଇବା ଦ୍ୱାରା ଶରୀର ଗରମ ହୋଇଥାଏ । ତେବେ ହଳଦୀ ଏପରି ଏକ ଜିନିଷ ଯାହାକୁ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହିଥାଏ । ତେବେ ଆସନ୍ତୁ ଜାଣିବା ଶୀତ ଦିନରେ ହଳଦୀକୁ କିପରି ଖାଇବେ ।

ହଳଦୀରେ ଭିଟାମିନ୍‌ ସି, ଭିଟାମିନ୍‌ ଇ, ଆଇରନ, ଜିଙ୍କ ସମେତ ଅନ୍ୟାନ୍ୟ ପୋଷକ ତତ୍ୱ ରହିଥାଏ । ଏହା ବ୍ୟତୀତ ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଇନଫ୍ଲାମେଟୋରୀ ଏବଂ ଆଣ୍ଟିସେଫ୍ଟିକ୍‌ ଗୁଣ ଥାଏ ଯାହା ହଳଦୀକୁ ଆହୁରି ଖାସ କରିଥାଏ । ଶୀତ ଦିନେ ଖାଦ୍ୟରେ କିପରି ହଳଦୀକୁ ସାମିଲ କରିବେ ଆସନ୍ତୁ ଜାଣିବା ।

ହଳଦୀ କ୍ଷୀର :
ଶୀତ ଦିନେ ଆପଣଙ୍କ ଶରୀରକୁ ଗରମ ରଖିବାରେ ହଳଦୀ କ୍ଷୀର ସାହାଯ୍ୟ କରିଥାଏ । ଏହାକୁ ବ୍ୟବହାର କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । କାଶ ଏବଂ ଥଣ୍ଡା ଭଳି ରୋଗରୁ ମଧ୍ୟ ମୁକ୍ତି ମିଳେ । ହଳଦୀ କ୍ଷୀର ପ୍ରସ୍ତୁତ କରିବା ପାଇଁ ଗୋଟିଏ ଚାମଚ ହଳଦୀ ଏବଂ ଅଳ୍ପ ଗୁଡ଼କୁ ଏକ ଗ୍ଲାସ କ୍ଷୀରରେ ମିଶାନ୍ତୁ । ଏହି କ୍ଷୀରକୁ ପିଇବା ଦ୍ୱାରା ଶରୀରର ଯନ୍ତ୍ରଣା ଦୂର ହୋଇଥାଏ ।

ହଳଦୀ ଓ ତୁଳସୀ ରସ :
ହଳଦୀ ଏବଂ ତୁଳସୀରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିଫଙ୍ଗଲ୍ ଗୁଣ ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଆପଣଙ୍କ ତ୍ୱଚା ମଧ୍ୟ ଗ୍ଲୋ କରିଥାଏ ଏବଂ ଚେହେରା ସତେଜ ରହିଥାଏ । ହଳଦୀ ଏବଂ ତୁଳସୀ ରସ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ପାଣି ନିଅନ୍ତୁ ଏବଂ ଏଥିରେ ୭ ଚାମଚ ହଳଦୀ ସହିତ ୭ରୁ ୮ଟି ତୁଳସୀ ପତ୍ର ଏବଂ ଅଦା ନିଅନ୍ତୁ ଏବଂ ଏହାକୁ ଫୁଟାଇ ପିଅନ୍ତୁ ।
ହଳଦୀ ଚା’:
ଶୀତ ଦିନରେ ହଳଦୀ ସେବନ କରିବା ପାଇଁ ହଳଦୀ ଚା’ ଏକ ଭଲ ଅପ୍ସନ ହୋଇପାରିବ । ଏହି ଚା’କୁ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ଗୋଟିଏ କପ୍‌ ପାଣି ନିଅନ୍ତୁ । ସେଥିରେ ଗୋଟିଏ ଚାମଚ୍‌ ହଳଦୀ, ଗୋଲ ମରିଚ ଏବଂ ଅଦା ନିଅନ୍ତୁ । ପରେ ଏଥିରେ ମହୁ ପକାଇ ଆପଣ ଏହାକୁ ପିଇ ପାରିବେ ।

ହଳଦୀ ଜୁଆଣୀ ପାଣି : ଶୀତ ଋତୁରେ ହଳଦୀ ଏବଂ ଜୁଆଣୀ ପାଣି ସେବନ କରିବା ବହୁତ ଲାଭଦାୟକ ହୋଇଥାଏ । ଏହା ସେବନ କରିବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ଦୂର ହୋଇଥାଏ । କାଶ ଏବଂ ଥଣ୍ଡାରୁ ମୁକ୍ତି ପାଇବା ପାଇଁ ଏହା ଏକ ଭଲ ଉପଚାର ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.