୯ ମାସ ପୂର୍ବେ ସଂସଦ ଭବନ ସମ୍ପୂର୍ଣ୍ଣ ବୁଲି ଦେଖିଥିଲେ ଅଭିଯୁକ୍ତ ମନୋରଞ୍ଜନ! ଜାଣିବାକୁ ପାଇଥିଲେ, କେଉଁଠି ରହିଛି ସୁରକ୍ଷାର ଅଭାବ

ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ହୋଇଛି ଏକ ବଡ଼ ଖୁଲାସା। କୁହାଯାଉଛି ଯେ ଅଭିଯୁକ୍ତ ମନୋରଞ୍ଜନ ୯ ମାସ ପୂର୍ବେ ଅର୍ଥାତ୍‌ ଗତ ମାର୍ଚ୍ଚରେ ସଂସଦ ଭବନ ସମ୍ପୂର୍ଣ୍ଣ ବୁଲି ଦେଖିଥିଲେ। ସଂସଦ ଭବନ ବୁଲିବା ସମୟରେ ସେ ଜାଣିବାକୁ ପାଇଥିଲେ ଯେ କେଉଁଠି ରହିଛି ସୁରକ୍ଷାର ଅଭାବ।

ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ହୋଇଛି ଏକ ବଡ଼ ଖୁଲାସା। କୁହାଯାଉଛି ଯେ ଅଭିଯୁକ୍ତ ମନୋରଞ୍ଜନ ୯ ମାସ ପୂର୍ବେ ଅର୍ଥାତ୍‌ ଗତ ମାର୍ଚ୍ଚରେ ସଂସଦ ଭବନ ସମ୍ପୂର୍ଣ୍ଣ ବୁଲି ଦେଖିଥିଲେ। ସଂସଦ ଭବନ ବୁଲିବା ସମୟରେ ସେ ଜାଣିବାକୁ ପାଇଥିଲେ ଯେ କେଉଁଠି ରହିଛି ସୁରକ୍ଷାର ଅଭାବ। କେଉଁଠାରେ ଜୋତା, ଚପଲ ସଠିକ୍ ଯାଞ୍ଚ କରାଯାଉ ନାହିଁ।

ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପାଖାପାଖି ଦେଢ଼ ବର୍ଷ ପୂର୍ବେ ସମସ୍ତ ଅଭିଯୁକ୍ତ ମୈସୁରରେ ଭେଟ ହୋଇଥିଲେ। ୯ ମାସ ପରେ ସମସ୍ତେ ପୁଣିଥରେ ପରସ୍ପରକୁ ଭେଟି ଏହି ଯୋଜନା ପ୍ରସ୍ତୁତ କରିଥିଲେ। ମାର୍ଚ୍ଚରେ ହୋଇଥିବା ବଜେଟ୍ ଅଧିବେଶନ ସମୟରେ ମନୋରଞ୍ଜନ ବାଙ୍ଗାଲୋରରୁ ଦିଲ୍ଲୀ ଆସିଥିଲେ ଏବଂ ପାସ୍ ନେଇ ସଂସଦ ଭବନ ବୁଲିଥିଲେ।

ଜୁଲାଇରେ ଅନ୍ୟ ଜଣେ ଅଭିଯୁକ୍ତ ସାଗର ଲକ୍ଷ୍ନୌରୁ ଆସିଥିଲେ ମଧ୍ୟ ସଂସଦ ଭିତରକୁ ଯାଇପାରି ନ ଥିଲେ। ହେଲେ ସେ ବାହାରୁ ସଂସଦ ଭବନ ଦେଖି ନେଇଥିଲେ। ଡିସେମ୍ବର ୧୦ରେ ସମସ୍ତେ ନିଜ ନିଜ ରାଜ୍ୟରୁ ଆସି ଦିଲ୍ଲୀରେ ପହଞ୍ଚିଥିଲେ।

ମନୋରଞ୍ଜନ ଡି ବିମାନ ଯୋଗେ ଦିଲ୍ଲୀ ଆସିଥିଲେ। ଏହାପରେ ସମସ୍ତେ ୧୦ ତାରିଖ ରାତିରେ ଗୁରୁଗ୍ରାମରେ ବିକିଙ୍କ ଘରେ ପହଞ୍ଚିଥିଲେ। ବିଳମ୍ବିତ ରାତିରେ ଲଳିତ ଝା ମଧ୍ୟ ଗୁରୁଗ୍ରାମରେ ପହଞ୍ଚିଥିଲେ। ଅମୋଲ ମହାରାଷ୍ଟ୍ରରୁ ରଙ୍ଗୀନ ବାଣ ଆଣିଥିଲେ। ୧୩ ତାରିଖ ସକାଳ ୯ଟାରେ ସେ ମହାଦେବ ରୋଡରୁ ସାଂସଦଙ୍କ ବ୍ୟକ୍ତିଗତ ସହାୟକଙ୍କଠାରୁ ପାସ୍ ସଂଗ୍ରହ କରିଥିଲେ। ସମସ୍ତେ ଇଣ୍ଡିଆ ଗେଟ୍‌ରେ ପରସ୍ପରକୁ ଭେଟିଥିଲେ, ଏଠାରେ ସମସ୍ତଙ୍କୁ ରଙ୍ଗୀନ ବାଣ ବଣ୍ଟାଯାଇଥିଲା।

ଦୁଇ ଅଭିଯୁକ୍ତ ମଧ୍ୟାହ୍ନ ୧୨ଟାରେ ସଂସଦ ଭବନ ଭିତରେ ପ୍ରବେଶ କରିଥିଲେ। ଲଳିତ ବାହାରୁ ଭିଡିଓ ତିଆରି କରୁଥିଲେ। ଯେତେବେଳେ ହୋହଲ୍ଲା ହୋଇଥିଲା, ସେ ସମସ୍ତଙ୍କ ମୋବାଇଲ୍ ଫୋନ୍ ନେଇ ପଳାଇ ଯାଇଥିଲେ। କୁହାଯାଉଛି ଯେ ସମସ୍ତ ଅଭିଯୁକ୍ତ ସୋସିଆଲ ମିଡିଆ ପେଜ୍‌ ‘ଭଗତ୍‌ ସିଂ ଫ୍ୟାନ୍ କ୍ଲବ’ ସହ ଜଡିତ ଥିଲେ। କହି ରଖୁଛୁ, ସଂସଦରେ ଅନୁପ୍ରବେଶ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି, ଅନ୍ୟ ଜଣେ ପୋଲିସ ହେପାଜତରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.