ବାହୁବଲୀ କଳାକାର ଭଲ୍ଳାଲଦେବଙ୍କ ସଂଘର୍ଷ, ଆଖି ଖରାପ ସହ କିଡନୀ ଟ୍ରାନ୍ସପ୍ଲାଣ୍ଟରେ ମଧ୍ୟ କରୁଛନ୍ତି ଦମଦାର ଆକ୍ଟିଙ୍ଗ

ବାହୁବଲୀ ଫିଲ୍ମରେ ଅଭିନୟ କରିଥିବା ଭଲ୍ଲାଲଦେବଙ୍କୁ କିଏ ବା ନଜାଣେ । ତାଙ୍କ ଚମତ୍କାର ଅଭିନୟ ପାଇଁ ଦର୍ଶକମାନେ ତାଙ୍କୁ ଖୁବ ପସନ୍ଦ କରନ୍ତି । ତେବେ ଏହି କଳାକାରଙ୍କ ଅସଲ ନାଁ ହେଉଛି ରାଣା ଦଗ୍ଗୁବାତୀ । ବାହୁବଳୀ ଫେମ୍‌ ରାଣା ଦଗ୍ଗୁବାତୀ ୧୪ ଡିସେମ୍ବର ୨୦୨୩ରେ ନିଜ ଜନ୍ମ ବାର୍ଷିକୀକୁ ଖୁବ୍‌ ଧୁମଧାମରେ ସେଲିବ୍ରେଟ କରୁଛନ୍ତି ।

ବାହୁବଲୀ ଫିଲ୍ମରେ ଅଭିନୟ କରିଥିବା ଭଲ୍ଲାଲଦେବଙ୍କୁ କିଏ ବା ନଜାଣେ । ତାଙ୍କ ଚମତ୍କାର ଅଭିନୟ ପାଇଁ ଦର୍ଶକମାନେ ତାଙ୍କୁ ଖୁବ ପସନ୍ଦ କରନ୍ତି । ତେବେ ଏହି କଳାକାରଙ୍କ ଅସଲ ନାଁ ହେଉଛି ରାଣା ଦଗ୍ଗୁବାତୀ । ବାହୁବଳୀ ଫେମ୍‌ ରାଣା ଦଗ୍ଗୁବାତୀ ୧୪ ଡିସେମ୍ବର ୨୦୨୩ରେ ନିଜ ଜନ୍ମ ବାର୍ଷିକୀକୁ ଖୁବ୍‌ ଧୁମଧାମରେ ସେଲିବ୍ରେଟ କରୁଛନ୍ତି । ବାହୁବଲୀରେ ଏତେ ସୁନ୍ଦର ଅଭିନୟ କରିଥିଲେ ମଧ୍ୟ ତାଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । କିନ୍ତୁ ତାଙ୍କର ଏହି ସମସ୍ୟା ତାଙ୍କ ଅଭିନୟ ଜଗତରେ କେବେ ବାଧା ସୃଷ୍ଟି କରି ନାହିଁ । ସେ ଗୋଟିଏ ଆଖିରେ ଦେଖି ପାରନ୍ତି ନାହିଁ । ଏହା ବ୍ୟତୀତ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ ହୋଇଛି । କିନ୍ତୁ ସେ କେବେ ହାର ମାନି ନାହାନ୍ତି ଏବଂ ସବୁବେଳେ ନିଜର ଦମଦାର ଆକ୍ଟିଙ୍ଗର ଯାଦୁରେ ନିଜ ଫ୍ୟାନ୍ସଙ୍କୁ ଆକର୍ଷିତ କରନ୍ତି । ଏକ ସାକ୍ଷାତକାରରେ ରାଣା ଦଗ୍ଗୁବାତୀ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ କହିଥିଲେ । କଳାକାରଙ୍କ କହିବା ଅନୁସାରେ ତାଙ୍କର ଯେକୌଣସି ସମସ୍ୟା ଥାଉ ନା କାହିଁକି ସେ କେବେ ହାର ମାନି ନାହାନ୍ତି ।

ସାଉଥ ଷ୍ଟାର ରାଣା ଦଗ୍ଗୁବାତୀ ୨୦୧୬ରେ ଏକ ଚାଟ ସୋ’ରେ ନିଜ ଆଖି ସମସ୍ୟା ବିଷୟରେ କହିଥିଲେ । ଚାଟ ସୋ’ରେ ସେ କହିଥିଲେ ଯେ ସେ କେବଳ ବାମ ଆଖିରେ ଦେଖିପାରନ୍ତି । ତାଙ୍କ ଡାହାଣ ଆଖି ଅନ୍ୟ ଜଣଙ୍କର ବୋଲି ପ୍ରକାଶ କରିଥିଲେ । ଜଣେ ବ୍ୟକ୍ତି ଏହି କଳାକାରଙ୍କୁ ଆଖି ଦାନ କରିଥିଲେ । କିନ୍ତୁ ଏବେ ଯଦି ସେ ତାଙ୍କ ବାମ ଆଖିକୁ ବନ୍ଦ କରିଦିଅନ୍ତି ତେବେ ତାଙ୍କୁ କିଛି ବି ଦେଖାଯାଏ ନାହିଁ । ରାଣା ଦଗ୍ଗୁବାତୀ ଚାଟ ସୋ’ରେ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ ପ୍ରକାଶ କରି କହିଥଲେ ଯେ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଭାଙ୍ଗି ପଡ଼ନ୍ତି । ତେବେ ରାଣା ଏହା ମଧ୍ୟ କହିଥିଲେ ଯେ ତାଙ୍କର କାର୍ନିୟାଲ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ ହୋଇଛି ।

ରାଣା ଦଗ୍ଗୁବାତୀଙ୍କ ନୂଆ ଫିଲ୍ମ ‘ରାକ୍ଷସ ରାଜ୍‌’ ଟାଇଟେଲର ପ୍ରଥମ ଲୁଜ ତାଙ୍କ ଜନ୍ମ ଦିନ ଅବସରରେ ରିଭିଲ କରାଯାଇଛି । ତେବେ ‘ରାକ୍ଷସରାଜ’ ଫିଲ୍ମ ବ୍ୟତୀତ ରାଣା ବିଗ୍‌ ବଜେଟ ଚଳଚ୍ଚିତ୍ର ‘ହିରଣ୍ୟଶ୍ୟପ’ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.