‘ଇସ୍କ’ ଫେମ ସଦାଶିବ ଅମରାପୁରକରଙ୍କ ଘରେ ଲାଗିଲା ନିଆଁ, ସବୁକିଛି ଜିନିଷ ପୋଡି ପାଉଁଶ

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କଳାକାର ସଦାଶିବ ଅମରାପୁରକରଙ୍କ ଘରେ ନିଆଁ । ନିଆଁ ଲାଗିବା ଯୋଗୁଁ ସବୁ ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି । ବୁଧବାର ରାତିରେ ଅହମଦାନଗର ସୁମନ ଆପାର୍ଟମେଣ୍ଟରେ ଥିବା ଘରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା ।

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କଳାକାର ସଦାଶିବ ଅମରାପୁରକରଙ୍କ ଘରେ ନିଆଁ ଲାଗିଥିବା ଖବର ମିଳିଛି । ନିଆଁ ଲାଗିବା ଯୋଗୁଁ ସବୁ ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି । ବୁଧବାର ରାତିରେ ଅହମଦାନଗର ସୁମନ ଆପାର୍ଟମେଣ୍ଟରେ ଥିବା ଘରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ଫଳରେ ସବୁକିଛି ଜଳଯାଇଛି ।

ଖବର ମୁତାବକ, ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଲାଗିବା ସମୟରେ ଘରେ ସମସ୍ତ ଲୋକ ଥିଲେ । ନିଆଁ ଲାଗିବା ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ସେଠାରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ବାହାରକୁ ବାହାର କରିଥିଲେ ।

ନିଆଁ ଲାଗିବା ଯୋଗୁଁ ଘରରସମସ୍ତ ଜିନିଷ ପୋଡିଯାଇଛି । ଧୂଆଁ ଯୋଗୁଁ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିଦ୍ୟୁତ ସପ୍ଲାଇ ବଢାବା ଯୋଗୁଁ ଗ୍ରାଉଣ୍ଡ ଫ୍ଲୋରରେ ଥିବା ମିଟର ସର୍ଟ ସର୍କିଟ ହୋଇ ତାର ନିଆଁ ଧରିଦେଇଥିଲା । ତେଣୁ ନିଆଁ ଲାଗିଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ବିଲିଡିଂରେ ଥିବା ସମସ୍ତ ଲୋକଙ୍କ ଇଲେକ୍ଟ୍ରୋନିକ ଉପକରଣ କ୍ଷତି ହୋଇଛି ।

ସୂଚନାଯୋଗ୍ୟ, ସଦାଶିବ ଅମରାପୁରକର ହିନ୍ଦୀ ଫିଲ୍ମ ମୋହରା, ଅର୍ଦ୍ଧସତ୍ୟ, ହମ ହୈ କମାଲ ଏବଂ ସଡକ, ଇସ୍କ ଭଳି ଫିଲ୍ମରେ କାମ କରିସାରିଛନ୍ତି । ସେ ହିନ୍ଦୀ ଫିଲ୍ମରେ ସକାରାତ୍ମକ ଏବଂ ନକାରାତ୍ମକ ଭୂମିକାରେ ନଜର ଆସନ୍ତି । ତେବେ ସଦାଶିବ ୨୦୧୪ରେ ମୃତ୍ୟୁବରଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.