ଶହ ଶହ ଭକ୍ତଙ୍କ ଗହଣରେ ଶେଷ ହେଲା ଦେବ ଦୀପାବଳି ପର୍ବ, ଆଲୋକରେ ସଜ୍ଜିତ ହୋଇଥିଲା ମନ୍ଦିର ପରିସର

ସୋରଡା ଠାରେ ଅବସ୍ଥିତ ବହୁ ପୁରାତନ ଜଗନ୍ନାଥ ମନ୍ଦିରରେ ମଧ୍ୟ ଦୀର୍ଘ ତିନିଦିନ ଧରି ବଡ ଧୂମଧାମ ରେ ଶହ ଶହ ଭକ୍ତଙ୍କ ଗହଣରେ ଦେବ ଦୀପାବଳି ପର୍ବ ପାଳିତ ହୋଇଯାଇଛି ।

ଗଞ୍ଜାମ (କେନ୍ୟୁଜ): ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ । ସେଥି ମଧ୍ୟରୁ ଦେବ ଦୀପାବଳି ପର୍ବ ଅନ୍ୟତମ । ହିନ୍ଦୁ ଧର୍ମରେ ସାଧାରଣ ଲୋକମାନେ ଯେପରି ପିତୃ ପୁରୁଷଙ୍କ ପାଇଁ କାର୍ତ୍ତିକ ଅମାବାସ୍ୟା ଦିନ ଦୀପ ଲଗାଇ ଶ୍ରାଦ୍ଧକୁ ବଡ ଧୂମଧାମରେ ପରିବାର ସହିତ ଉପୋଭଗ କରିଥାନ୍ତି ଠିକ ସେହିଭଳି ଜଗତର ନାଥ ଜଗନ୍ନାଥ ମଧ୍ୟ ପ୍ରତ୍ୟେକ ଯୁଗରେ ଧରା ପୃଷ୍ଠରେ ଜନ୍ମ ଗ୍ରହଣ କରି ତାଙ୍କ ପିତୃ ପୁରୁଷଙ୍କ ପାଇଁ ଦୀପ ଦାନ କରି ଶ୍ରାଦ୍ଧ ଦେଇଥାନ୍ତି । ଏହି ପର୍ବ ମାର୍ଗଶିର ମାସ ଚତୁର୍ଦ୍ଦଶୀ , ଅମାବାସ୍ୟା ,ପ୍ରତିପଦା ତିନି ଦିନ ଧରି ପାଳିତ ହୋଇଥାଏ । ପ୍ରଭୁ ଜଗନ୍ନାଥ ଭକ୍ତଙ୍କ ସହିତ ଦୀପ ଦାନ କରିଥାନ୍ତି ।

ସମଗ୍ର ଭାରତ ବର୍ଷ ରେ ସବୁ ଜଗନ୍ନାଥ ମନ୍ଦିରରେ ଏହି ଦେବ ଦୀପାବଳି ପର୍ବ ଧୂମଧାମରେ ପାଳିତ ହୋଇଛି । ସମାନ ଭାବେ ସୋରଡା ଠାରେ ଅବସ୍ଥିତ ବହୁ ପୁରାତନ ଜଗନ୍ନାଥ ମନ୍ଦିରରେ ମଧ୍ୟ ଦୀର୍ଘ ତିନିଦିନ ଧରି ବଡ ଧୂମଧାମ ରେ ଶହ ଶହ ଭକ୍ତଙ୍କ ଗହଣରେ ଦେବ ଦୀପାବଳି ପର୍ବ ପାଳିତ ହୋଇଯାଇଛି । ପ୍ରଥମ ଦିନ ମାର୍ଗଶିର ମାସ ଚତୁର୍ଦ୍ଦଶୀରେ ପ୍ରଭୁ ଜଗନ୍ନାଥ ଧଳା ବସ୍ତ୍ର ପରିଧାନ କରିଥିଲେ । ସକାଳୁ ସମସ୍ତ ନୀତିକାନ୍ତି ସମାପନ ପରେ ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତି ପରେ ପିତୃ ପୁରୁଷ କାଶ୍ୟପ ଆଦିତିଙ୍କ ପାଇଁ ଦୀପ ଦାନ ପର୍ବ ଆରମ୍ଭ ହୋଇଥିଲା । ଶହ ଶହ ଭକ୍ତ ଘଣ୍ଟ ,ତାଳ ,ମୃଦଙ୍ଗ ବଜାଇ ହଜାର ହଜାର ଦୀପ ମନ୍ଦିର ପରିସରରେ ଜଳାଇ ଥିଲେ । ଦିତୀୟ ଦିନ ଅମାବାସ୍ୟା ତିଥିରେ ପିତୃ ପୁରୁଷ ନନ୍ଦ ଯୋଶଦା,ଦଶରଥ କୌଶଲ୍ୟା ,ବାସୁଦେବ ଦେବକୀଙ୍କ ପାଇଁ ଦୀପ ଲଗାଯାଇଥିଲା । ସେହିପରି ତୃତୀୟ ଦିନ ପ୍ରତିପଦା ତିଥିରେ ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚାଙ୍କ ପାଇଁ ଦୀପ ଲଗାଯାଇଥିଲା । ମନ୍ଦିର ପରିସର ଆଲୋକରେ ସଜ୍ଜିତ ହୋଇଥିଲା ଯାହା ଖୁଭ ସୁନ୍ଦର ଦେଖାଯାଉଥିଲା । ଭକ୍ତମାନଙ୍କ ପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରସାଦ ବଣ୍ଟନ କରଯାଇଥିଲା । ମନ୍ଦିର ପରିସରରେ ଶହ ଶହ ଭକ୍ତଙ୍କ ଭିଡ ଲାଗିଥିଲା ।

ଜଗନ୍ନାଥଙ୍କ ଏହି ପର୍ବ ସତରେ ଖୁବ ନିଆରା । ଏହି ପର୍ବକୁ ପାଳନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗେ । ବହୁ ଦୂର ଦୂରାନ୍ତରରୁ ମଧ୍ୟ ଭକ୍ତମାନେ ଏଠାକୁ ଦେବ ଦୀପାବଳି ପର୍ବ ପାଳନ ପାଇଁ ଆସନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.