ଆଇପିଏଲ ୨୦୨୪ : ନିଲାମୀ ପୂର୍ବରୁ ନୂଆ ଅଧିନାୟକ ଘୋଷଣା କଲା କେକେଆର, ଏବେ ନୀତିଶ ନୁହେଁ ଶ୍ରେୟସ ନେବେ ଦାୟିତ୍ୱ

କୋଲକତା ନାଇଟ ରାଇଡର୍ସ ୨୦୨୪ ଆଇପିଏଲ ପାଇଁ ନୂଆ ଅଧିନାୟକ ଘୋଷଣା କରିଛି । ନୀତିଶ ରାଣା ବଦଳରେ ଶ୍ରେୟସ ଆୟରଙ୍କୁ ଟିମ୍‌ ଅଧିନାୟ ଦାୟିତ୍ୱ ଦେଇଛି । ଟିମର ସିଇଓ ଭେଙ୍କେ ମସୁର ଟ୍ଵିଟ କରି ଜଣାଇଛନ୍ତି ।

ଆଇପିଏଲ ୨୦୨୪ ପୂର୍ବରୁ ଡିସେମ୍ବର ୧୯ ରେ ଦୁବାଇରେ ଖେଳାଳିଙ୍କ ନିଲାମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କେଉଁ ଟିମ୍‌ କେଉଁ ଖେଳାଳିଙ୍କୁ ରଖିବ, ତାହାକୁ ନେଇ ଲିଷ୍ଟ ପ୍ରସ୍ତୁତ କରିସାରିଛି । କିନ୍ତୁ ଏହା ପୂର୍ବରୁ କୋଲକତା ନାଇଟ ରାଇଡର୍ସ ନିଜର ଅଧିନାୟକ ଦାୟିତ୍ୱ ଭାରତୀୟ ଟିମ୍‌ର ଧୂଆଁଦାର ଖେଳାଳିଙ୍କୁ ଦେଇସାରିଛି ।

ଟିମ୍‌ ନୀତିଶ ରାଣାଙ୍କ ବଦଳରେ ଶ୍ରେୟସ ଆୟରଙ୍କୁ କେକେଆର ଦାୟିତ୍ୱ ଦିଆଯାଇଛି । କେକେଆରର ସିଇଓ ଭେଙ୍କେ ମସୁର ଘୋଷଣା କରିଛନ୍ତି । ସେ ଟ୍ଵିଟ୍‌ କରି କହିଛନ୍ତି, ଶ୍ରେୟସ ଆୟର ଅଧିନାୟକ ଏବଂ ନୀତିଶ ରାଣା ଉପଅଧିନାୟକ ରହିବେ । ସେ କହିଛନ୍ତି, ଦୁର୍ଭାଗ୍ୟବଶଃତ ଶ୍ରେୟସ ଆୟର ଆହତ କାରଣରୁ ଆଇପିଏଲ୍‌ ୨୦୨୩ରେ ଖେଳିପାରିନଥିଲେ । କିନ୍ତୁ ଆମେ ଖୁସି ସେ ପୁଣି ଦମଦାର ଫର୍ମରେ ଟିମକୁ ଫେରିଛନ୍ତି ।

ଆଇପିଏଲ ୨୦୨୧ରେ କେକେଆର ଟିମ୍‌ ଶ୍ରେୟସ ଆୟରଙ୍କୁ ୧୨.୨୫ କୋଟି ଟଙ୍କାରେ କିଣିଥିଲା । ଟିମ୍‌ ତାଙ୍କୁ ଅଧିନାୟକ ଦାୟିତ୍ୱ ମଧ୍ୟ ଦେଇଥିଲା । କିନ୍ତୁ ସଂପୂର୍ଣ୍ଣ ସିଜିନରେ ଟିମ୍‌ ଭଲ ଖେଳିପାରିନଥିଲା । ଏହାପରେ ୨୦୨୩ ରେ ଭଲ ଖେଳିବେ ବୋଲି ଟିମ୍‌ ତାଙ୍କୁ କିଣିଥିଲା । କିନ୍ତୁ ଆହତ ସମସ୍ୟା ଯୋଗୁଁ ପୁରା ସିଜିନରୁ ବାଦ୍‌ ପଡିଥିଲେ । ଏହାପରେ ନୀତିଶ ରାଣାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିଲା । ନୀତିଶଙ୍କ ଅଧିନାୟକତ୍ୱରେ ଟିମ୍‌ ଭଲ ଖେଳିପାରିନଥିଲା । ଏବେ ନୀତିଶଙ୍କୁ ଉପଅଧିନାୟକ କରି ପୁଣି ଶ୍ରେୟସଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି କେକେଆର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.