Below header

ଦୁଇ କ୍ୟାଡର ମାଓବାଦୀ ଆତ୍ମ ସମର୍ପଣ

ଆଜି ପୋଲିସ ଡିଜିଙ୍କ ଆଗରେ ଦୁଇଜଣ କ୍ୟାଡର ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ଡିଜି ସେମାନଙ୍କୁ ଫୁଲ ତୋଡ଼ା ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବାରୁ ସ୍ୱାଗତ କରିଥିଲେ ।

ଆଜି ପୋଲିସ ଡିଜିଙ୍କ ଆଗରେ ଦୁଇଜଣ କ୍ୟାଡର ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ଡିଜି ସେମାନଙ୍କୁ ଫୁଲ ତୋଡ଼ା ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବାରୁ ସ୍ୱାଗତ କରିଥିଲେ । ସେମାନେ ହେଲେ ଏରିଆ କମିଟି ମେମ୍ବର ଧର୍ମୁ @ ରଞ୍ଜିତ ନାଇତମ ଏବଂ ରାଜେଶ @ ଉଙ୍ଗା ପୋୟମ, ଦୁଇ ଜନ ଛତିଶଗଡର ମୂଳ ବାସିନ୍ଦା । ସେମାନେ 2017ରୁ kkbn ଡିଭିଜନରେ କାମକରୁଥିଲେ । ସରକାରଙ୍କ ସମସ୍ତ ଥଇଥାନ ଯୋଜନା ଅନୁସାରେ ଦୁହିଁଙ୍କୁ ଥଇଥାନ କରାଯିବ ବୋଲି ଡିଜି କହିଛନ୍ତି । ମାଓବାଦୀମାନେ ପଥ ଭ୍ରଷ୍ଟ ହୋଇ ମୁଖ୍ୟ ଲକ୍ଷରୁ ଓହରି ଅନ୍ୟାୟ ଓ ଅତ୍ୟାଚାର କରୁଥିବାରୁ ସେମାନେ ମାଓବାଦୀ ଛାଡି ଆତ୍ମ ସମର୍ପଣ କରିଛନ୍ତି ବୋଲି କହିଛନ୍ତି ।

ଆଜି ଦିନିକିଆ କନ୍ଧମାଳ ଗସ୍ତରେ ଆସି ପୋଲିସ ଡିଜି ସୁନୀଲ କୁମାର ବଂଶଲ କନ୍ଧମାଳ ଏସପିଙ୍କ ସମ୍ମିଳନୀ କକ୍ଷ ଠାରେ ମାଓ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ତାଙ୍କ ସହ ଡାଇରେକ୍ଟର ଇନ୍ତିଲେଜେନ୍ସ ସଂଜୀବ ପଣ୍ଡା, ଏଡିଜିପି ଅପରେସନ ଦେବବ୍ରତ ସିଂ, ଡିଆଇଜି ସ୍ପେଶାଲ ୱେଙ୍ଗ ଉମା ଶଙ୍କର ଦାସ, କମାଣ୍ଡେଣ୍ଟ ବିଏସଏଫ , କନ୍ଧମାଳ ଓ ବୌଦ୍ଧ ଏସପି ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ କମ୍ବିଙ୍ଗ ଅପରେସନ, ମାଓ ଗତିବିଧି, ଗ୍ରାମାଞ୍ଚଳ ରାସ୍ତା ଓ ଟେଲି କମ୍ୟୁନିକେସନ ଉପରେ ଗୁରୁତ୍ୱ ଦିଆଯାଇଥିଲା । କନ୍ଧମାଳକୁ କିପରି ମାଓ ମୁକ୍ତ ଜିଲ୍ଲା କରାଯିବ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ଏହି ସମୟରେ ଦୁଇଜଣ କ୍ୟାଡର ମାଓବାଦୀ ଆତ୍ମ ସମର୍ପଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.