Below header

ସୁନ୍ଦରଗଡ: ମାସକ ମଧ୍ୟରେ ୪୦ ହଜାର ଲିଟରରୁ ଉର୍ଦ୍ଧ୍ବ ଚୋରା ପିଡିଏସ କିରୋସିନ ଜବତ, ୪ ଗିରଫ

ସୁନ୍ଦରଗଡ : କେଉଁଠି ଖାଉଟିଙ୍କୁ କିରୋସିନ ମିଳୁନାହିଁ ତ ଅ।ଉ କେଉଁଠି ଖାଉଟି ମାନଙ୍କ ପାଇଁ ଉଦ୍ଦିଷ୍ଠ କିରୋସିନ ଚୋରାଚାଲାଣ ହେଉଛି । ବେଳେ ବେଳେ ପୋଲିସ ହାତରେ ଏହି ଦଲାଲ ମାନେ ଧରା ବି ପଡୁଛିନ୍ତି । ତେବେ ଏହାରି ଭିତରେ ଏମିତି ଏକ ତଥ୍ଯ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ଯ ଚକିତ କରିଦେବ। ଗତ ମାସକ ମଧ୍ୟରେ ସୁନ୍ଦରଗଡ ପୋଲିସ ୪୦ହଜାର ଲିଟରରୁ ଉର୍ଦ୍ଧ କିରୋସିନ ଜବତ କରିଥିବା ଜଣାପଡିଛି । ଆଉ ଏଥିରେ ସମ୍ରୁକ୍ତ ୪ଜଣ ଧରାପଡିଛନ୍ତି ।

ଗୋଟେ ପଟେ ଖାଉଟିଙ୍କୁ ରିହାତି ଦରରେ ସରକାର ଯୋଗାଇ ଦେଉଛନ୍ତି କିରୋସିନ। ଖାଉଟି ମାନେ କିଭଳି ଭାବରେ ଠିକ ଭାବରେ କିରୋସିନ ପାଇପାରିବେ ତାର ତଦାରଖ କରିବା ପାଇଁ ଯୋଗାଣ ବିଭାଗର ଅଧିକାରିଙ୍କୁ ମଧ୍ଯ ଦିଅ।ଯାଇଛି ଦାୟିତ୍ଵ। ହେଲେ ଗ୍ରାମାଂଚଳରେ ଖାଉଟି ମାନେ ଠିକ ଭାବରେ କିରୋସିନ ପାଉନଥିବା ବହୁ ସମୟରେ ଅଭିଯୋଗ ହେଉଥିବା ବେଳେ ଏଠାରେ ଚାଲିଛି କିରୋସିନର କଳାବଜାରି । ହଜାର ହଜାର ଲିଟର କିରୋସିନ କଳାବଜାରି କରାଯାଉଛି। ଅ।ଉ ଏହି କଳାବଜାରୀଙ୍କୁ ଧରିବା ପାଇଁ ଏବେ ଅଣ୍ଟା ଭିଡିଛି ସୁନ୍ଦରଗଡ ପୋଲିସ । ଅ।ରମ୍ଭ କରିଛି କଳାବଜାରୀ ରୋକିବା ପାଇଁ ଅଭିଯାନ।

policeଚୋରାଚାଲାଣ କରୁଥିବା ଏହି ବ୍ୟବାସାୟୀଙ୍କୁ ଧରିବା ସହ କିରୋସିନ ଜବତ କରୁଛି। ଗତ ଏକ ମାସ ମଧ୍ୟରେ ୪୦ ହଜାର ଲିଟରରୁ ଉର୍ଦ୍ଧ କିରୋସିନ ପୋଲିସ ଜବତ କରିବା ସହ ୪ ମାଫିଅ।ଙ୍କୁ ଗିରଫ କରିଛି। ଏଥିସହ ଏହି ଚୋରାଚାଲାଣରେ ବ୍ୟବହୃତ ହେଉଥିବା ୨ ବୋଲେରୋ, ଗୋଟେ ଟ୍ୟାଙ୍କରକୁ ମଧ୍ୟ ଜବତ କରିଛି। ପୁର୍ବରୁ ଗତ ମାସରେ ଏସପି ସାଗରିକାନାଥଙ୍କ ତତ୍ଵାବଧାନରେ ୩୫ ହଜାର ଲିଟରରୁ ଉର୍ଦ୍ଧ କିରୋସିନ ଜବତ କରାଯାଇଥିବା ବେଳେ ଗତକାଲି ପୁଣି 4 ହଜାର ଲିଟରରୁ ଉର୍ଦ୍ଧ କିରୋସିନ ଜବତ କରାଯାଇଛି। ଏହି କିରୋସିନ ପିଡିଏସ କିରୋସିନ ବୋଲି ପୋଲିସ ସ୍ଵଷ୍ଟ କରିଛି।

ଗତ ମାସରେ ପୋଲିସ ଜିଲ୍ଲାର ଭଷ୍ମା ଥାନା ଅଂଚଳରେ ବହୁ ପରିମାଣର କିରୋସିନ ରଖାଯାଇଥିବା ଖବର ପାଇ ଚଢାଉ କରିଥିଲା । ଏହାପରେ ଝାରସୁଗୁଡାରେ ମଧ୍ୟ ଏହି ମାଫିଅ।ଙ୍କ ଲିଙ୍କ ଥିବା ଜାଣି ସେଠାରେ ମଧ୍ୟ ଚଢାଉ କରିଥିଲା । ସରକାରୀ ନିୟମ ଅନୁସାରେ ଖାଉଟିଙ୍କୁ ଦିଅ।ଯାଇଥିବା କାର୍ଡ ଅନୁଯାୟୀ ମୁଣ୍ଡ ପିଛା କିରୋସିନ ଦିଅ।ଯାଏ ମାତ୍ର ଏଠି ଏତେ ପରିମାଣର କିରୋସିନ ଖାଉଟିଙ୍କୁ ଦିଅ।ନଯାଇ କିଭଳି ଭାବେ ଚୋରାଚାଲାଣ କରାଯାଉଥିଲା ଓ ଏଥିରେ ଯୋଗାଣ ବିଭାଗ କର୍ମଚାରୀ ସାମିଲ ଥିବା ନେଇ ଅଭିଯୋଗ ହୋଇଛି । ଅନ୍ଯପଟେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରି କହିଛନ୍ତି ପଂଚାୟତ ସ୍ତରରେ ବିଡିଓ,ପଂଚାୟତ ନିର୍ବାହୀ ଅଧିକାରୀ ଏହି ଦାୟିତ୍ଵରେ ଅଛନ୍ତି । ଏନେଇ ପୋଲିସ ତଦନ୍ତ କରି , ସବୁ ସତ୍ଯ ସାମ୍ନାକୁ ଆଣିବ । ଅନ୍ୟପଟେ କିରୋସିନ ଖୋଲାବଜାରରେ ବିକ୍ରୀ କରାଯାଉନାହିଁ କେବଳ ପିଡିଏସରେ ଦିଅ।ଯାଉଛି ଏହି ସମୟରେ ଏତେ ପରିମାଣରେ କିରୋସିନ ଚୋରାଚାଲାଣ ହେବା ପଛରେ ଯୋଗାଣ ବିଭାଗ ଅଧିକାରୀଙ୍କ ନିଶ୍ଚିତ ହାତ ରହିଥିବା ବୁଦ୍ଧିଜିବୀ ମାନେ ପ୍ରତିକ୍ରୀୟା ରଖିବା ସହ ଏଥିରେ ସାମିଲ ଥିବା ସରକାରୀ ବାବୁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.