ଶାଢୀ ପିନ୍ଧି ମଧ୍ୟ ଭୟଙ୍କର ସାପକୁ ରକ୍ଷା କଲେ ମହିଳା, ଜାଣନ୍ତୁ କେମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏସବୁ ଭିଡିଓ ମଧ୍ୟରେ ବର୍ତ୍ତମାନ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ଏହି ଭିଡିଓରେ ଜଣେ ମହିଳା ସାପକୁ ବଞ୍ଚାଉଥିବାର ନଜର ଆସିଛନ୍ତି। ଉକ୍ତ ମହିଳା ଜଣଙ୍କ ନାଁ ନିର୍ଜରା ଚିଟ୍ଟୀ ହୋଇଥିବା ବେଳେ ସେ କର୍ଣ୍ଣାଟକରେ ରହୁଥିବା ଜଣାପଡିଛି। ଏହି ଭିଡିଓରେ ଉକ୍ତ ମହିଳା ଜଣକ ଶାନ୍ତିର ସହ ଖାଲି ହାତରେ ସାପକୁ ଉଠାଉ ଥିବାର ନଜର ଆସିଛନ୍ତି। ଏହି ଲୋକମାନେ ତାଙ୍କୁ ଦେଖିବା ପାଇଁ ମଧ୍ୟ ଭିଡ ଜମାଇଥିବା ବେଳେ ସେ ଏକ କୋବ୍ରାକୁ ଉଦ୍ଧାର କରୁଥିବାର ସୁଟିଂ ମଧ୍ୟ କରିଥିଲେ।


୨ମିନିଟର ଏହି ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ରହିଯିବେ। କାରଣ ମହିଳା ଜଣକ ସାପଟିକୁ ଉଦ୍ଧାର କରିବା ସମୟରେ ଶାଢୀ ପିନ୍ଧିଥିବାର ନଜର ଆସିଥିଲେ, ଯାହା ଏଭଳି କଠିନ କାର୍ଯ୍ୟ କରିବା ସମୟରେ ଆରାମଦାୟକ କପଡା ନୁହେଁ। ଉକ୍ତ ଭାଇରାଲ ଭିଡିଓରେ ସୁଶ୍ରୀ ଚିଟ୍ଟୀ ଆଲମାରୀ ପଛପଟୁ ଏକ ଭୟଙ୍କର ସାପକୁ ପ୍ରଲୋଭିତ କରି ଏକ ବାଡି ସାହାଯ୍ୟରେ ଉଠାଇଥିବାର ଦେଖିବାକୁ ମିଳିଛି। ଏନେଇ ଉକ୍ତ ମହିଳା ଜଣକ ଏକ ପ୍ରୋଗ୍ରାମ ପାଇଁ ଶାଢୀ ପିନ୍ଧିଥିଲେ ଏବଂ ତାଙ୍କ ପାଖରେ ଶାଢୀ ବଦଳାଇବା ପାଇଁ ଅଧିକ ସମୟ ନଥିଲା ବୋଲି କହିଛନ୍ତି। ଏଥିସହ ସାପଟିକୁ ଧରିବାରେ ତଙ୍କର ପୋଷାକ ଅଧିକ କଠିନ କରିଥିଲା ବୋଲି ମହିଳା ଜଣକ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.