Below header

ଭୁବନେଶ୍ୱରରେ ସାପ ବିଷ ଜବତ ଘଟଣା : ସମସ୍ତ ୬ ଅଭିଯୁକ୍ତ ଗଲେ ଝାରପଡ଼ା ଜେଲ୍‌

ଭୁବନେଶ୍ୱର : ସାପ ବିଷ ଜବତ ଘଟଣାରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଜେଲ୍‌ ପଠାଯାଇଛି । ରବିବାର ସବ୍‌ ଡିଭିଜନାଲ୍‌ ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍‌ ସମସ୍ତଙ୍କ ଜାମିନ ଆବେଦନକୁ ଖାରଜ କରିବାରୁ ଏମାନଙ୍କୁ ଝାରପଡ଼ା ସ୍ୱତନ୍ତ୍ର କାରାଗାରାକୁ ପଠାଇ ଦିଆଯାଇଛି ।

ଗତକାଲି ପୋଲିସ ଓ ଜଙ୍ଗଲ ବିଭାଗର ଅଧିକାରୀଙ୍କ ଟିମ୍‌ ସହିଦନଗର ଅଞ୍ଚଳରେ ସାପ ବିଷ କାରବାର୍‌ ନେଇ ଏକ ର‍୍ୟାକେଟ୍‌କୁ ଗିରଫ କରିଥିଲା । ଏମାନେ ଦୁଇ ବୋତଲ ସାପ ବିଷକୁ ୧୦ ଲକ୍ଷ ଟଙ୍କାରେ ବିକିବାକୁ ମୁଲଚାଲ କରୁଥିଲେ ଯାହାର ଅନ୍ତର୍ଜାତୀୟ ବଜାରରେ ଦାମ ପ୍ରାୟ ୧ କୋଟି ହେବ ବୋଲି ଜଣାପଡ଼ିଛି । ଏହି ମାମଲାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.