Below header

ସ୍ପୋର୍ଟ୍ସ ଷ୍ଟାର ଆସେସ୍‌ ଆଓ୍ଵାର୍ଡ ୨୦୨୧ : କ୍ରୀଡ଼ାର ପ୍ରମୋଶନ ପାଇଁ ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ କ୍ରୀଡ଼ା ଦଶନ୍ଧି ପୁରସ୍କାର

ଭୁବନେଶ୍ୱର : ଓଡ଼ିଶାବାସୀଙ୍କ ପାଇଁ ବଡ଼ ଗର୍ବର ବିଷୟ ଯେ ୨୦୨୧ ମସିହା ସ୍ପୋର୍ଟ୍ସ ଷ୍ଟାର ଆସେସ୍‌ ଆଓ୍ଵାର୍ଡରେ କ୍ରୀଡ଼ାର ପ୍ରମୋଶନ୍‌ ପାଇଁ ଓଡ଼ିଶାକୁ ଶ୍ରେଷ୍ଠ କ୍ରୀଡ଼ା ଦଶନ୍ଧି ପୁରସ୍କାର ମିଳିଛି । ଓଡ଼ିଶା ଏଥିପୂର୍ବରୁ ୨୦୧୯ ଓ ୨୦୨୦ରେ ମଧ୍ୟ କ୍ରୀଡ଼ା ପାଇଁ ପୁରସ୍କାର ପାଇଥିଲା ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିବା ସହ ରାଜ୍ୟର ଅଗଣିତ ଖେଳାଳୀ ଓ ଖେଳ ପାଇଁ ପରିଶ୍ରମ ଓ ନିଷ୍ଠା ଦେଇଥିବା ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରିଥିଲେ । ଏହି ସମ୍ମାନଜନକ ପୁରସ୍କାର ମୁଁ ଓଡ଼ିଶାବାସୀଙ୍କ ତରଫରୁ ଗ୍ରହଣ କରିବା ସହ ଏହି ପୁରସ୍କାର ପାଇଁ ଓଡ଼ିଶାକୁ ବାଛି ଥିବାରୁ ଜୁରୀ ମୁଖ୍ୟ ସୁନିଲ୍‌ ଗାଭାସ୍କରଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଗତ ଦଶନ୍ଧିରେ ଓଡ଼ିଶା କ୍ରୀଡ଼ାର ଉତ୍କର୍ସତା ପାଇଁ ଆବଶ୍ୟକୀୟ ବିଶ୍ୱ ଶ୍ରେଣୀର ସଂରଚନା (ଇନଫାଷ୍ଟ୍ରକ୍‌ଚର ) ଗଠନ କରି କ୍ରୀଡ଼ା ଦିଗରେ ମଜଭୁତ ପଦକ୍ଷେପ ନେଇଛି । ଗତ ଦଶନ୍ଧିରେ ପୂର୍ବ ଭାରତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଆରମ୍ଭ କରି ଓଡ଼ିଶାର ପରିଚୟ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.