୨୦୨୧ରେ ଭାରତର ୧୦୦ କ୍ଷମତାଶାଳୀଙ୍କ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଓଡ଼ିଶାରୁ ୪ ଜଣ

ଭୁବନେଶ୍ୱର :  ୨୦୨୧ ମସିହାରେ ନିଆଯାଇଥିବା ଭାରତର ୧୦୦ ଜଣ କ୍ଷମତାଶାଳୀ ତାଲିକାରେ ଓଡ଼ିଶାରୁ ୪ ଜଣ ପ୍ରତିଷ୍ଠିତଙ୍କ ନାମ ରହିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ସଚିବ ପି.କେ. ମିଶ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇଣ୍ଡିଆନ୍‌ ଏକ୍ସପ୍ରେସରେ ପ୍ରକାଶ ପାଇଥିବା ତାଲିକା ଅନୁସାରେ ଶ୍ରୀ ମିଶ୍ର ୨୦ ତମ ସ୍ଥାନରେ ଥିବା ବେଳେ ଆର୍‌ବିଆଇ ଗଭର୍ଣ୍ଣର ଶ୍ରୀ ଦାସ ୨୯ ତମ ସ୍ଥାନରେ ଅଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୪୫ ତମ ସ୍ଥାନରେ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୯୫ ତମ ସ୍ଥାନରେ ରହିଛନ୍ତି ।
ଏହି ତାଲିକାର ଶ୍ରେଷ୍ଠ ୧୦ ତାଲିକାରେ ଅଛନ୍ତି –

୧. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
୨. କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ
୩. ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭଗଓ୍ଵତ
୪. ବିଜେପି ସଭାପତି ଜେ. ପି. ନଡ୍ଡା
୫. ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ
୬. କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
୭. ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌
୮. କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ
୯. କେନ୍ଦ୍ର ଅର୍ଥ ମନ୍ତ୍ରୀ ନୀର୍ମଳା ସୀତାରମଣ
୧୦. ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.