Below header

ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର, ଆଇସିୟୁ ଭର୍ତ୍ତି

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ। ମୁଣ୍ଡ ଓ ଆଖିରେ ଲାଗିଛି ଗଭୀର ଆଘାତ। ଭୁବନେଶ୍ବରରୁ ବରଗଡ଼ ଫେରୁଥିବା ବେଳେ ରାତିରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ରେଢ଼ାଖୋଲ ସ୍ଥିତ ଲୁହାପଙ୍କ ଠାରେ ଏକ ବୁଲାଣିରେ ତାଙ୍କ କାରକୁ ଏକ ଟ୍ୟାଙ୍କର ସାମ୍ନା ପଟରୁ ଧକ୍କା ଦେଇଥିଲା।

ସମ୍ବଲପୁର (କେନ୍ୟୁଜ): ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ । ମୁଣ୍ଡ ଓ ଆଖିରେ ଲାଗିଛି ଗଭୀର ଆଘାତ। ଭୁବନେଶ୍ବରରୁ ବରଗଡ଼ ଫେରୁଥିବା ବେଳେ ରାତିରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ରେଢ଼ାଖୋଲ ସ୍ଥିତ ଲୁହାପଙ୍କ ଠାରେ ଏକ ବୁଲାଣିରେ ତାଙ୍କ କାରକୁ ଏକ ଟ୍ୟାଙ୍କର ସାମ୍ନା ପଟରୁ ଧକ୍କା ଦେଇଥିଲା। ତାଙ୍କୁ ପ୍ରଥମେ ରେଢ଼ାଖୋଲ ମେଡିକାଲ କୁ ନିଆଯାଇଥିଲା।

ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ସମ୍ବଲପୁରକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ପ୍ରସନ୍ନଙ୍କ ମୁଣ୍ଡ ଓ ଆଖିରେ ଲାଗିଛି ଗଭୀର ଆଘାତ। ଏବେ ସେ ଆଇସିୟୁରେ ଅଛନ୍ତି। ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ସକାଳ ୧୦ ଟା ରେ ପ୍ରସନ୍ନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯିବ ।  ଦୁର୍ଘଟଣାରେ ପ୍ରସନ୍ନଙ୍କ ପିଏସଓ ମଧ୍ୟ ଆହତ ହୋଇଛନ୍ତି।  ତାଙ୍କର ଗୋଡ଼ ଭାଙ୍ଗି ଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।  ଦୁର୍ଘଟଣା ଖବର ପାଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ମେଡିକାଲରେ ପହଞ୍ଚି ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.