Below header

ଯାଜପୁର: ଆଦର୍ଶ ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଦିଆଗଲା ପରିଚୟ ପତ୍ର ପ୍ରଦାନ, କରାଗଲା ସ୍ୱାସ୍ଥ୍ୟ ପରୀକ୍ଷା

ଯାଜପୁର ରୋଡ(କେ ନ୍ୟୁଜ):  ଯାଜପୁର ରୋଡ଼ ଆଦର୍ଶ ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।  କାର୍ଯ୍ୟକ୍ରମରେ ଯୋଗ ଦେଇ ଏସପି ଚରଣ ସିଂ ମୀନା ବରିଷ୍ଠ ନାଗରିକଙ୍କ ସୁରକ୍ଷା ଆମର ଦାୟିତ୍ୱ ଓ ସେମାନଙ୍କୁ ୨୪ଘଣ୍ଟିଆ ସେବା ଯୋଗାଇ ଦେବା ପାଇଁ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଆଜି ସହରର ୨୦ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ କରିଥିଲେ । ଆମ ପୋଲିସ ଓ ଟାଟା ମେଡ଼ିକା ସହଯୋଗରେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ବରିଷ୍ଠ ନାଗରିକଙ୍କ ବ୍ଲଡ଼ ପ୍ରେସର, ମଧୁମେହ ଓ ଆଖି ପରୀକ୍ଷା କରାଯାଇ ସେମାନଙ୍କୁ ଆବଶ୍ୟକୀୟ ଔଷଧ ଯୋଗାଇ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସଡ଼ିପିଓ ଚିନ୍ମୟ କୁମାର ନାୟକ, ଡ଼ିଏସପି ଦୀପକ କୁମାର, ଯାଜପୁର ରୋଡ଼ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ଟାଟା ମେଡ଼ିକାଲର ଡ଼ାକ୍ତର ଅଭିମନ୍ୟୁ ସାହୁ, ଡ଼ାକ୍ତର ଜୟଶ୍ରୀ ରାଉତ୍, ସବଇନିସ୍ପେକ୍ଟର ପବିତ୍ର ମହାରଣା, ମିନତୀ ବେହେରା, ରାଜେଶ ସେଠୀ ପ୍ରମୂଖ ସହଯୋଗ କରିଥିଲେ ।

ବରିଷ୍ଠ ନାଗରିକ ପକ୍ଷରୁ ଉପେନ୍ଦ୍ର କୁମାର ବେଉରିଆ, ସଦାଶିବ ଦାସ, ଗ୍ୟାନେନ୍ଦ୍ର ପତି ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.