ଶ୍ରୀଲଙ୍କା ବୋଲରଙ୍କର ଅଜବ ବୋଲିଂ ଶୈଳୀ ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରଲ

ଭାରତର ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା ପୃଥିବୀକୁ ବହୁତ ଅଜବ ଧରଣର ବୋଲର ଦେଇଆସିଛି । ଯେଉଁ ମାନଙ୍କ ଭିତରେ ଲାସିଥ ମାଲିଙ୍ଗାଙ୍କ ନାଁ ସବୁଠୁ ଆଗରେ ରହିଥାଏ । ଏବେ ଏହି ଖେଳାଳି ମାନଙ୍କ ଭିତରେ କେବିନ କୋଠୀଗୋଡାଙ୍କ ନାଁ ସବୁଠୁ ଆଗରେ ଆସୁଛି । ଚର୍ଚ୍ଚାରେ ରହିଥିବା କେବିନଙ୍କ କୋଚ, ଧାମିକା ସୁଦର୍ଶନ ତାଙ୍କ ବୋଲିଂ ଆକ୍ସନର ତୁଳନା ଦକ୍ଷିଣ ଆଫ୍ରିକାର ସ୍ପିନର ପୋଲ ଏଡମସଙ୍କ ସହ କରିଛନ୍ତି । କେବିନ ଏବେ ଆବୁ ଧାବିରେ ଅନୁଷ୍ଠିତ ହେଉଥିବା ଟି-୧୦ରେ ବଙ୍ଗଳା ଟାଇଗରସ ଦଳ ପାଇଁ ଖେଳୁଛନ୍ତି । ତାଙ୍କ ବୋଲିଙ୍ଗ ଷ୍ଟାଇଲ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହି ଥିବା ବେଳେ ତାଙ୍କ ଭିଡିଓ ଗୁଡିକ ମଧ୍ୟ ଖୁବ ଭାଇରଲ ହେଉଛି ।

କିନ୍ତୁ କେବିନଙ୍କୁ ଯେବେ ଏ ସମ୍ପର୍କରେ ପଚରା ଯାଇଥିଲା ସେ କହିଥିଲେ କି ସେ କେବେ ମଧ୍ୟ ନିଜ ଜୀବନ କାଳ ଭିତରେ ଏଡମସଙ୍କ ବୋଲିଂ ଷ୍ଟାଇଲ ଦେଖିନାହାନ୍ତିକି । ସେ କହିବା ଅନୁଯାୟୀ ସେ ଛୋଟ ବେଳରୁ ହିଁ ଏହି ଷ୍ଟାଇଲରେ ବୋଲିଂ କରି ଆସୁଅଛି । ସେ ଶ୍ରୀଲଙ୍କାର ଅଣ୍ଡର ୧୩, ୧୫, ୧୭, ୧୯, ଦଳ ପାଇଁ ମଧ୍ୟ ଖେଳି ସାରିଛନ୍ତି । ଏବେ କେଭିନଙ୍କୁ ୨୧ ବର୍ଷ ବୟସ । ସେ ଏହା ମଧ୍ୟ କହିଛନ୍ତି ପିଲାବେଳେ ସେ ନିଜ ପିତାଙ୍କ ସହ ଟେନିସ ବଲରେ ଖେଳୁଥିଲେ । ସେବେଠୁ ହିଁ ତାଙ୍କର ଏପରି ଖେଳିବାର ଅଭ୍ୟାସ ରହି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.