Below header

ଅଶ୍ଳୀଳ ଭିଡିଓ ପଠାଉଥିଲେ ପାକିସ୍ତାନୀ ଏଜେଣ୍ଟ, ଦେହ ଲୋଭରେ ବରିଷ୍ଠ ଅଫିସର ଜଣକ ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଲିକ୍‌ କରୁଥିବା ଅଭିଯୋଗ

ବର୍ଷେ ହେଲା ରାୱଲପିଣ୍ଡିର ମହିଳା ଏଜେଣ୍ଟଙ୍କ ସହ ଭିଡିଓ ବାର୍ତ୍ତାଳାପ। ଚାଟିଂ ଜରିଆରେ ଗୋପନୀୟ ତଥ୍ୟ ପ୍ରଦାନ। ଘଟଣାରେ ଆଉ କିଛି ଜଣଙ୍କ ସଂପୃକ୍ତି ସନ୍ଦେହ 

କେନ୍ୟୁଜ୍(ବ୍ୟୁରୋ): ପୁଣି ପାକ୍‌ ସୁନ୍ଦରୀର ମାୟାଜାଲ । ଫସିଲେ ଚାନ୍ଦିପୁର ଆଇଟିଆରର ବରିଷ୍ଠ ଅଧିକାରୀ । ପାକିସ୍ତାନ ହନିଟ୍ରାପ ଲିଙ୍କ୍‌ରେ ଚାନ୍ଦିପୁର ଆଇଟିଆରର ଜଣେ ବରିଷ୍ଠ ଅଧିକାରୀ ଗିରଫ। ପାକିସ୍ତାନକୁ ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତତଥ୍ୟ ଦେଇଥିବା ଅଭିଯୋଗ । ରାଓ୍ଵଲପିଣ୍ଡିର ଜଣେ ଯୁବତୀଙ୍କ ସହ ଯୋଗାଯୋଗରେ ଥିଲେ ଅଭିଯୁକ୍ତ ଅଧିକାରୀ । ଗିରଫ ଅଧିକାରୀଙ୍କୁ ଅଶ୍ଳୀଳ ଭିଡିଓ ପଠାଉଥିଲେ ପାକିସ୍ତାନୀ ଏଜେଣ୍ଟ । ଏହି ଅଶ୍ଳୀଳ ଭିଡିଓ ବଦଳରେ ପ୍ରତିରକ୍ଷା ସଂପର୍କିତ ଗୁପ୍ତତଥ୍ୟ ହାସଲ କରୁଥିଲେ । ରାୱଲପିଣ୍ଡିର ଜଣେ ଯୁବତୀଙ୍କ ସହ ସଂପର୍କରେ ଥିଲେ ସଂପୃକ୍ତ ଅଧିକାରୀ । ଏନେଇ ପଚରାଉଚରା ପରେ ଆଇଟିଆରର ଗୁପ୍ତ ତଥ୍ୟ ଲିକ୍‌ ନେଇ ପ୍ରମାଣ ମିଳିଥିବାରୁ ସଂପୃକ୍ତ ବରିଷ୍ଠ ଅଫିସରଙ୍କୁ ଗିରଫ କରାଯାଇଛି ।

ତାଙ୍କର ମୋବାଇଲ ଫୋନ ଜବତ ହୋଇଛି । ଅଧିକାରୀ ଜଣକ ବର୍ଷେ ହେବ ପାକିସ୍ତାନୀ ରାଓଲପିଣ୍ଡିର ଜଣେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ସିନିଅର ଟେକ୍ନିକାଲ ଅଫିସରଙ୍କୁ ସୁନ୍ଦରୀ ମହିଳା ପ୍ରେମ ଜାଲରେ ଫସେଇ ଗୁପ୍ତ ତଥ୍ୟ ହାତେଇଥିବା ଜଣାପଡ଼ିଛି । ବର୍ଷେ କାଳ ଏଜେଣ୍ଟଙ୍କ ସହ ଭିଡିଓ ବାର୍ତ୍ତା ଆଳାପ, ଚାଟିଂ ଜରିଆରେ ଅଧିକାରୀ ଜଣକ ଆଇ ଟି ଆର୍‌ ର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ । ମହିଳା ଏଜେଣ୍ଡ ଓ ଅଧିକାରୀଙ୍କ ମଧ୍ୟରେ ହ୍ଵାଟସ ଆପ ଜରିଆରେ ଅଶ୍ଳିଳ ଭିଡିଓ ଓ ଫଟୋ ପଠାଯାଇଥିବା ତଥ୍ୟ ପୋଲିସ୍‌ ହାତରେ ଲାଗିଛି ।

ଚାନ୍ଦିପୁର ଆଇଟିଆରର ଗୋପନୀୟ ତଥ୍ୟ ପ୍ରଘଟ ନେଇ ଆଇପିସିର ଧାରା ୧୨୦A, ୧୨୦B, ୩୪ ଓ ଅଫିସିଆଲ ସିକ୍ରେଟ ଆକ୍ଟର ସେକ୍ସନ ୩,୪ ଓ ୫ରେ ମାମଲା ରୁଜୁ ହୋଇଛି । ଏବେ ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି । ଆର୍ଥିକ କାରବାର ସଂପର୍କରେ ତଥ୍ୟ ଚାଲିଛି ଖୋଳତାଡ଼ । ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପାକ୍‌ ହନିଟ୍ରାପ ଲିଙ୍କ୍‌ରେ ଆଉ କିଛି ଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ । ଏନେଇ ତଦନ୍ତ ଜାରି ରହିଛି ।

ପୂର୍ବରୁ ପାକ୍‌ ହନିଟ୍ରାପ ଲିଙ୍କ୍‌ରେ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଗୁପ୍ତ ତଥ୍ୟ ପ୍ରଘଟ ଘଟଣାରେ ୫ ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା ଚାନ୍ଦିପୁର ଥାନା ପୋଲିସ୍‌ । ଏହି ଘଟଣାରେ ଡିଆରଡିଓର ଠିକା କର୍ମଚାରୀ ବସନ୍ତ ବେହେରା, ହେମନ୍ତ ମିସ୍ତ୍ରୀ, ତାପସ ରଂଜନ ନାୟକ, ସେକ୍‌ ମୁସାଫିର ଓ ସଚିନ କୁମାରଙ୍କୁ ଗିରଫ କରାଯାଇଥିଲା । ଗିରଫ ସମସ୍ତେ ଡିଆରଡିଓରେ ଠିକା କର୍ମଚାରୀ ଥିବା ବେଳେ ଜଣେ ଡ୍ରାଇଭର ଥିଲା । ୨୦୨୧ ସେପ୍ଟେମ୍ବର ୧୪ରେ ସମସ୍ତ ଅଭିଯୁକ୍ତ ବିରୋଧରେ ଚାନ୍ଦିପୁର ଥାନା ରେ ମାମଲା ରୁଜୁ ହେବା ପରେ ୧୫ ସେପ୍ଟେମ୍ବରରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା । ପୂର୍ବରୁ ଜାନୁଆରୀ ୨୦୧୫ରେ ISIକୁ ଗୋପନୀୟ ତଥ୍ୟ ଅଭିଯୋଗରରେ ଚାନ୍ଦିପୁର ଆଇଟିଆରର ଜଣେ ଠିକା ଫଟୋଗ୍ରାଫର ଇଶ୍ୱର ବେହେରାକୁ ଗିରଫ କରାଯାଇଥିଲା । ଏବେ ସେ ସଜା କାଟୁଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.