ଚୀନ ବିରୋଧରେ ଭାରତର ବ୍ରହ୍ମୋସ୍‌ ମୁତୟନ କରିବ ଫିଲିପାଇନ୍ସ , ଜଳସୀମାରେ ଚୀନ ଅନୁପ୍ରବେଶକୁ ରୋକିବ

ଚୀନର ବିସ୍ତାରବାଦୀ କାର୍ଯ୍ୟକଳାପର ମୁକାବିଲା କରିବ ଫିଲିପାଇନ୍ସ । ଏଥିପାଇଁ ଭାରତରୁ କିଣିଛି ବ୍ରହ୍ମୋସ୍‌ । ଗତବର୍ଷ ଭାରତ ସହ ଫିଲିପାଇନ୍ସ ବ୍ରହ୍ମୋସ ଚୁକ୍ତିରେ ସ୍ୱାକ୍ଷର କରିଥିଲା । ଭାରତରେ ଫିଲିପାଇନ୍ସ ନୌସେନା କିଛି ଦିନ ତଳେ ଟ୍ରେନିଂ ଶେଷ କରିଛି । ଖୁବ ଶୀଘ୍ର ଏହି କ୍ଷେପଣାସ୍ତ୍ର ଫିଲିପାଇନ୍ସକୁ ଯୋଗାଣ ହେବ ।

ନୂଆଦିଲ୍ଳୀ : ଚୀନର ବିସ୍ତାରବାଦୀ କାର୍ଯ୍ୟକଳାପର ମୁକାବିଲା କରିବ ଫିଲିପାଇନ୍ସ । ଏଥିପାଇଁ ଭାରତରୁ କିଣିଛି ବ୍ରହ୍ମୋସ୍‌ । ଗତବର୍ଷ ଭାରତ ସହ ଫିଲିପାଇନ୍ସ ବ୍ରହ୍ମୋସ ଚୁକ୍ତିରେ ସ୍ୱାକ୍ଷର କରିଥିଲା । ଭାରତରେ ଫିଲିପାଇନ୍ସ ନୌସେନା କିଛି ଦିନ ତଳେ ଟ୍ରେନିଂ ଶେଷ କରିଛି । ଖୁବ ଶୀଘ୍ର ଏହି କ୍ଷେପଣାସ୍ତ୍ର ଫିଲିପାଇନ୍ସକୁ ଯୋଗାଣ ହେବ ।

ଫିଲିପାଇନ୍ସ ଏହି କ୍ଷେପଣାସ୍ତ୍ର ନେଇ ତା’ର ସାମୁଦ୍ରିକ ସୀମାରେ ମୁତୟନ କରିବ । ଚୀନ ଫିଲିପାଇନ୍ସ ସୀମାରେ ଅନୁପ୍ରବେଶ କରି ଜଳସୀମା କବଜା କରିବାକୁ ବସିଛି । ତା’ର ଏହି ବିସ୍ତାରବାଦୀ ନୀତିକୁ ବିରୋଧ କରିବ ଫିଲିପାଇନ୍ସ । ସେଥିପାଇଁ ଭାରତ ଠାରୁ କିଣିଛି ବ୍ରହ୍ମୋସ । ଏହି କ୍ଷେପଣାସ୍ତ୍ରର ପରିଚାଳନା ପାଇଁ ଫିଲିପାଇନ୍ସ ସେନା ଭାରତରେ ରହି ପ୍ରଶିକ୍ଷଣ ନେଇଛନ୍ତି ।

ଭାରତର ବ୍ରହ୍ମୋସ୍‌ ବିଶ୍ୱର ସବୁଠାରୁ ବିପଜ୍ଜନକ କ୍ରୂଜ କ୍ଷେପଣାସ୍ତ୍ର । ଏହା ୨୯୦ କିଲୋମିଟର ଯାଏ ଟାର୍ଗେଟ କରି ପାରିବ । ଯାହାଫଳରେ ଫିଲିପାଇନ୍ସ ଜଳ ସୀମାରେ ଅନୁପ୍ରବେଶ କରୁଥିବା ଚୀନ ଯୁଦ୍ଧ ଯାହାଜକୁ ଟାର୍ଗେଟ କରିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.