ରାଜ୍ଯରେ କୋଭିଡ୍ ସ୍ଥିତିରେ ଅଧିକ ସୁଧାର ଆଣିବା ପାଇଁ ପଦକ୍ଷପ, ଆସନ୍ତା ଜାନୁଆରୀରେ କଟକ ଓ ଭୁବନେଶ୍ୱରରେ ହେବ ସେରୋ ସର୍ଭେ

ଭୁବନେଶ୍ବର: ରାଜ୍ଯରେ କୋଭିଡ୍ ପରିସ୍ଥିତିକୁ ନଜରରେ ରଖି ଚଳିତ ମାସରେ ନୟାଗଡ଼, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ସେରୋ ସର୍ଭେ କରାଯିବ। ସେହିପରି ଜାନୁଆରୀରେ କଟକ ଓ ଭୁବନେଶ୍ୱରରେ ସେରୋ ସର୍ଭେ କରାଯିବ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କୋଭିଡ୍ ପରିସ୍ଥିତିର ସମୀକ୍ଷାବେଳେ ଏହି ନେଇ ସୂଚନା ଦିଆଯାଇଛି।

ଏହି ସମୀକ୍ଷା ବୈଠକରେ ମୁଖ୍ଯମନ୍ତ୍ରୀ କହିଥିଲେ ଯେ, ଦେଶରେ ଟିକାକରଣ ପ୍ରକ୍ରିୟା ଏକ ବର୍ଷରୁ ଅଧିକ ସମୟ ଲାଗିପାରେ, ତେଣୁ ଏହି ସମୟରେ ସମସ୍ତ ପ୍ରକାରର କୋଭିଡ୍ ନିୟମାବଳୀକୁ ପୂର୍ବଭଳି ଜାରି ରଖିବା ଉଚିତ୍। ଦେଶରେ ଟିକାକରଣ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଥିବାବେଳେ, ଏଥିପାଇଁ ଓଡ଼ିଶାରେ ସମ୍ପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ ହୋଇଥିବା ସହ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଥିବା କହିଥିଲେ। ଏହାସହିତ କୋଭିଡ୍ ଯୋଗୁ ଉପୁଜିଥିବା ଅର୍ଥନୀତିକ ଆହ୍ୱାନର ମୁକାବିଲା ପାଇଁ ପ୍ରଶାସନକୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.