ଆମେରିକା ପାଇଁ ଖୁସି ଖବର: FDA ଆଡଭାଇଜରୀ ପ୍ୟାନେଲ ଫାଇଜର ଟିକାକୁ ଦେଇଛନ୍ତି ଗ୍ରୀନ ସିଗନାଲ୍

ଆମେରିକା : ଆମେରିକା ପାଇଁ ଖୁସି ଖବର । FDA ଆଡଭାଇଜରୀ ପ୍ୟାନେଲ ଫାଇଜର ଟିକାକୁ ଦେଇଛନ୍ତି ଗ୍ରୀନ ସିଗନାଲ । ସ୍ୱାସ୍ଥ୍ୟ କର୍ମୀଙ୍କୁ ଆସନ୍ତା ସପ୍ତାହରେ ଦିଆଯିବ ଫାଇଜର ଟିକା । ଫାଇଜର କରୋନା ଟିକା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପାସ କରିଛି । ଆମେରିକା ଖାଦ୍ୟ ଓ ଡ୍ରଗ ଆଡମିନିଷ୍ଟ୍ରିସେନ ଏହି ଟିକାକୁ ଅନୁମତି ଦେବାପାଇଁ ବିଶେଷଜ୍ଞଙ୍କ ଏକ ପ୍ୟାନେଲ ଆନୁଷ୍ଠାନିକ ଭାବେ ସୁପାରିଶ କରିଛି । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀ ଓ ନର୍ସିଂହୋମ କର୍ମଚାରୀ ଆସନ୍ତା ସପ୍ତାହ ଆରମ୍ଭରେ ପ୍ରଥମ ଡୋଜ୍‌ ଦିଆଯିବ ।

ଶନିବାର ଫାଇଜର ଟିକାର ଅନୁମତି ମିଳିପାରେ ବୋଲି ଆଶା କରାଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୬୪ ଲକ୍ଷ ଡୋଜ୍‌ ଦେବାର ବ୍ୟବସ୍ଥା କରାଯାଉଛି । ଆମେରିକାରେ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ରେକର୍ଡ ସ୍ତରରେ ପହଁଚିଛି । ବୁଧବାର ଆମେରିକାରେ ୩୦୦୦ ମୃତ୍ୟୁସଂଖ୍ୟା ଟପିଥିଲା ।

pfizer vaccineସେହିଭଳି ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ପାର କରିଛି । ଏଭଳି ସମୟରେ ଫାଇଜର ଟିକା ଦେଶ ପାଇଁ ସାନ୍ତ୍ୱନା ଆଣିଛି । ଆମେରିକା ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌-FDA କହିଥିଲା ଫାଇଜର ଟିକା ସୁରକ୍ଷିତ ଓ ପ୍ରଭାବୀ । ଟିକା ୯୫ ପ୍ରତିଶତ ପ୍ରଭାବୀ ଘୋଷଣା କରିଥିଲା କମ୍ପାନୀ । ଗତ ସପ୍ତାହରେ ଏହାକୁ ଅନୁମତି ଦେଇଛି ଇଂଲଣ୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.