ପୁରୀ ଟାଉନ୍‌ ଥାନା ଅଞ୍ଚଳରେ ନୃତ୍ୟଗୀତ ମଉଜରେ ସାତ ରାଉଣ୍ଡ ବ୍ଲାଙ୍କ ଫାୟାରିଂ

ପୁରୀ: ପୁରୀରେ ନୃତ୍ୟଗୀତ ମଉଜରେ ବ୍ଲାଙ୍କ ଫାୟାରିଂ । ମଞ୍ଚରେ ନୃତ୍ୟଗୀତରେ ଭିତରେ ଗୋଟିଏ କି ଦୁଇ ରାଉଣ୍ଡ ନୁହଁ ଫୁଟିଲା ସାତ ରାଉଣ୍ଡ ଗୁଳି । ପୁରୀ ଟାଉନ ଥାନା ଅନ୍ତର୍ଗତ ଏକ ମଣ୍ଡପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ବେଶ ଜମିଥିଲା ନୃତ୍ୟଗୀତର ଆସର । ରଙ୍ଗିନ ଆଲୁଅରେ ନୃତ୍ୟଗୀତରେ ଥିଲେ ସଭିଏଁ ମସଗୁଲ । ଆଉ ମଞ୍ଚରେ ନାଚୁଥିବା ଅନ୍ୟମାନଙ୍କ ସହ ଦୁଇ ଜଣ ଯୁବକଙ୍କ ହାତରେ ଥିଲା ବନ୍ଧୁକ । ହଠାତ ଫୁଟିଲା ଗୁଳି । ଜଣେ ୪ ରାଉଣ୍ଡ ଓ ଅନ୍ୟ ଜଣେ ୩ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ସମୟରେ କାର୍ଯ୍ୟକ୍ରମରେ ଶହ ଶହ ଦର୍ଶକ ଉପସ୍ଥିତ ଥିଲେ । ଏ ସଂପର୍କିତ ଭିଡିଓ ଭାଇରାଲ ପରେ ପୋଲିସ ନିଜ ଆଡୁ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.