Below header

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ସବୁଠାରୁ ଲୋକପ୍ରିୟ ଭାରତୀୟ ଧୋନି, ସଚିନ୍‌-କୋହଲି ମଧ୍ୟ ପଡିଲେ ପଛରେ

ପୂର୍ବ ଭାରତୀୟ କ୍ୟାପଟେନ ଏବଂ ଓ୍ଵିକେଟକିପର ବ୍ୟାଟ୍‌ସ୍‌ ମ୍ୟାନ ମହେନ୍ଦ୍ର ସିଂ ଧୋନି କ୍ୟାପଟେନ ବିରାଟ କୋହଲି ଏବଂ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍‌ ତେନ୍ଦୁଲକରଙ୍କୁ ମାତ୍‌ ଦେଇ ଭାରତରେ ସବୁଠାରୁ ଲୋକପ୍ରିୟ ଲୋକଙ୍କ ଲିଷ୍ଟରେ ଦ୍ୱିତୀୟ ସ୍ଥାନ ହାସଲ କରିପାରିଛନ୍ତି। YouGov ପକ୍ଷରୁ କରାଯାଇଥିବାସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ସବୁଠାରୁ ଶୀର୍ଷ ସ୍ଥାନରେ ରହିଛନ୍ତି ଏବଂ ତାଙ୍କ ପରେ ଦୁଇ ଥର ବିଶ୍ୱ ବିଜେତା କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଏହି ସ୍ଥାନ ହାସଲ କରିପାରିଛନ୍ତି।

ms_dhoniସର୍ଭେରେ ୪୧ଟି ଦେଶରେ ପାଖାପାଖି ୪୨୦୦୦ ଲୋକଙ୍କୁ ସାମିଲ କରାଯାଇଛି, ଯେଉଁଥିରେ ଦେଶର ସବୁଠାରୁ ଲୋକପ୍ରିୟ ପୁରୁଷ ଏବଂ ମହିଳାଙ୍କୁ ଅଲଗା ଅଲଗା ଚୟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋର ସବୁଠାରୁ ଲୋକପ୍ରିୟ ପୁରୁଷ। ସେହିପରି ୬ଥର ବିଶ୍ୱ ଚ୍ୟାମ୍ପିୟାନ ଦିଗ୍ଗଜ ମହିଳା ମୁକ୍କେବାଜ ଏମସି ମେରିକମ୍‌ ଙ୍କୁ ଦେଶର ସବୁଠାରୁ ପ୍ରଶଂସନୀୟ ମହିଳା ବୋଲି ଉଲ୍ଳେଖ କରାଯାଇଛି।

ଏହାସହ ପଢନ୍ତୁ: ଟୋକିଓ ଅଲିମ୍ପିକ୍‌ ପୂର୍ବରୁ ପିଭି ସିନ୍ଧୁଙ୍କୁ ଲାଗିଲା ଝଟକା, ଅସୁସ୍ଥ ସ୍ୱାମୀଙ୍କ ଦେଖାଶୁଣା କରିବା ପାଇଁ ହାତ…

ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ରେଟିଂ ୧୫.୬୬ ପ୍ରତିଶତ ହୋଇଥିବା ବେଳେ ମହେନ୍ଦ୍ର ସିଂ ଧୋନିଙ୍କ ରେଟିଂ ୮.୫୮ ପ୍ରତିଶତ ହୋଇଛି। ଏହି ଘଟଣାରେ ରତନ ଟାଟା ୮.୦୨ ପ୍ରତିଶତ, ବାରାକ୍‌ ଓବାମା ୭.୩୬ ପ୍ରତିଶତ ଏବଂ ବିଲ ଗେଟ୍‌ସ ୬.୯୬ ପ୍ରତିଶତ ରେଟିଂ ପାଇଛନ୍ତି। ଏହାବ୍ୟତୀତ ସଚିନ୍‌ ୫.୮୧ ପ୍ରତିଶତ ରେଟିଂ ପାଇ ଷଷ୍ଠ ସ୍ଥାନରେ ରହିଥିବା ବେଳେ କ୍ୟାପଟେନ କୋହଲି ୪.୪୬ ପ୍ରତିଶତ ରେଟିଂ ସହ ସପ୍ତମ ସ୍ଥାନ ଏବଂ ମହିଳାମାନଙ୍କ ମଧ୍ୟରେ ମେରିକମ୍‌ ୧୦.୩୬ ପ୍ରତିଶତ ରେଟିଂ ସହ ବିଶ୍ୱରେ ୨୫ତମ ସ୍ଥାନରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.