Below header

ଝଡ଼ୁଥିବା କେଶ ପାଇଁ ବରଦାନ ଅଟେ ଗ୍ଲିସରିନ୍‌, ଜାଣନ୍ତୁ ଫାଇଦା

ସମସ୍ତେ ନିଜ ନିଜ କେଶକୁ ସର୍ବଦା ସୁନ୍ଦର ଏବଂ ଘନ ରଖିବାକୁ ଚାହାଁନ୍ତି। କିନ୍ତୁ ଆଜିକାଲିର ଦୈନନ୍ଦିନ ଜୀବନଶୈଳୀରେ କେଶ ଝଡ଼ିବା ଏକ ସାଧାରଣ କଥା ହୋଇଗଲାଣି। ତେଣୁ ଋତୁ ପରିବର୍ତ୍ତନ ଅନୁସାରେ କେଶର ଯତ୍ନ ନେବା ଉଚିତ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବତେଇବାକୁ ଯାଉଛୁ, ଯାହାକି ଆପଣଙ୍କ କେଶକୁ ଆକର୍ଷଣୀୟ କରିପାରିବ। ବାସ୍‌, ଆପଣଙ୍କୁ କେବଳ ଗୋଟିଏ ଛୋଟ ଜିନିଷ ବ୍ୟବହାର କରିବାକୁ ପଡ଼ିବ, ତାହା ହେଲା ଗ୍ଲିସରିନ୍‌।

ଗ୍ଲିସରିନ୍‌ର ବ୍ୟବହାର ସମ୍ପର୍କରେ ପ୍ରାୟତଃ ସବୁ ଲୋକ ଜାଣିଥିବେ, କିନ୍ତୁ କହି ରଖୁଛୁ କି, ଏହା ଶୀତ ଋତୁରେ ତ୍ୱଚା ସହ କେଶକୁ ବି ମଜଭୁତ୍‌ କରିବାରେ ବରଦାନ ସଦୃଶ ହୋଇଥାଏ। ଯଦିଓ ଏହା ସାମାନ୍ୟ ଚିପ୍‌ଚିପା ହୋଇଥାଏ, କିନ୍ତୁ କେଶ ପାଇଁ ବହୁତ ଲାଭଦାୟକ। ଗ୍ଲିସରିନ୍‌ ବ୍ୟବହାର କରି ଆପଣ ନିଜ କେଶକୁ ଝଡ଼ିବାରୁ ରକ୍ଷା କରିପାରିବେ।

gy1

ଏହାସହ ପଢ଼ନ୍ତୁ: ନବରାତ୍ରୀରେ ଆପଣଙ୍କ ରୋଷେଇ ଘରୁ ବାହାର କରିଦିଅନ୍ତୁ ଏହି ୫ଟି ଜିନିଷ

-ସିଧା କେଶଠାରୁ କୁଞ୍ଚୁକୁଞ୍ଚିକା କେଶର ଯତ୍ନ ଅଧିକ ନେବାକୁ ପଡ଼ିଥାଏ। ସାଧାରଣତଃ, ଏ ପ୍ରକାର କେଶ ସାମାନ୍ୟ ରୁକ୍ଷ ଦେଖାଯାଏ। ଯଦି ଆପଣ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତା’ହେଲେ ଏହାକୁ ନରମ କରି ଗ୍ଲିସରିନ୍‌ ଲଗାଇଲେ ଠିକ୍‌ ହୋଇଯିବ।

-କେଶକୁ କଣ୍ଡିସନିଂ କରିବା ପରେ କିମ୍ବା ଧୋଇବା ପରେ ଆପଣ ଗ୍ଲିସରିନ୍‌ ଲଗାଇ ପାରିବେ। ଏପରି ବ୍ୟବହାର କଲେ, କିଛି ଦିନ ଭିତରେ ଆପଣ ଫରକ ଅନୁଭବ କରିପାରିବେ।

-ରୂପିରୁ ମୁକ୍ତି ପାଇବା ପାଇଁ ଗ୍ଲିସରିନ୍‌ ସହ ଗୋଲାପ ଜଳ ସାମାନ୍ୟ ମିଶାଇ ଏକ ଶିଶିରେ ରଖି ଦିଅନ୍ତୁ। ଏହାକୁ ଗାଧୋଇ ସାରିବା ପରେ ପ୍ରତିଦିନ କିଛି ହାତରେ ନେଇ କେଶ ମୂଳରେ ଆଙ୍ଗୁଠି ସାହାଯ୍ୟରେ ଲଗାନ୍ତୁ। ଏମିତି କରିବାରେ ଆପଣଙ୍କୁ ରୂପି ସମସ୍ୟା ଆଉ ଦେଖାଯିବନି।

-ଗ୍ଲିସରିନ୍‌ର ଆଫ୍ଟରସେଭ୍‌ ବ୍ୟବହାର କଲେ ବହୁତ ଲାଭ ହୋଇଥାଏ। ଏହାକୁ ତିଆରି କରିବା ପାଇଁ ଗ୍ଲିସରିନ୍‌ରେ ଦୁଇ ଚାମଚ ଆଲୋଭେରା ଜେଲ ଏବଂ ଦୁଇ ଚାମଚ ଗୋଲାପ ଜଳ ମିଶାନ୍ତୁ। ଏହାକୁ ସେଭ୍‌ କରିବା ପରେ ନିଜ ମୁହଁରେ ଲଗାନ୍ତୁ, ଏହାଦ୍ୱାରା ମୁହଁ ମୁଲାୟମ୍‌ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.