ପତ୍ନୀଙ୍କ ଉପରେ ଚାଲୁଥିଲା ମର୍ଡର କେସ୍, ୧୧ ବର୍ଷ ପରେ ସୁରକ୍ଷିତ ଅବସ୍ଥାରେ ଯେତେବେଳେ ପହଁଚିଲେ ସ୍ବାମୀ…
![husband return](https://knewsodisha.com/wp-content/uploads/2019/09/husband-return.jpg)
ଜଳନ୍ଧର: ଲାଂବଡା ଥାନର ପୋଲିସକୁ ମିଳିଛି ବଡ ସଫଳତା । ଏକ ମାମଲାରେ ସ୍ବାମୀଙ୍କ ହତ୍ୟା ଅଭିଯୋଗରେ ଯେଉଁ ମହିଳା ୧୧ ବର୍ଷ ହେଲା କୋର୍ଟକୁ ଦୌଡୁଥିଲେ, ତାଙ୍କ ସ୍ବାମୀଙ୍କୁ ପୋଲିସ୍ ସୁରକ୍ଷିତ ଭାବେ ଖୋଜିଦେଇଛି । ସୂଚନା ଅନୁଯାୟୀ ଏହି ମାମଲାରେ ମହିଳା ଏବଂ ତାଙ୍କ ପରିବାର ଲୋକଙ୍କୁ ଆଉ କିଛି ଦିନ ଭିତରେ ଦଣ୍ଡ ମିଳିବାର ଥିଲା କିନ୍ତୁ ଏହି ଘଟଣା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି।
ଗତ ୧୧ ବର୍ଷ ତଳେ ରବିନ୍ଦର କୌରଙ୍କର ସ୍ବାମୀ ଜଗଜୀତ୍ ସିଂହ ସନ୍ଦିଗ୍ଧ ପରିସ୍ଥିତିରେ ଘରୁ କୁଆଡେ ଚାଲିଯାଇଥିଲେ । ତାଙ୍କୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସେ ମିଳିନଥିଲେ । କିନ୍ତୁ ପତ୍ନୀଙ୍କର ବିଶ୍ବାସ ଥିଲା କି ତାଙ୍କ ସ୍ବାମୀ ସୁରକ୍ଷିତ ଅବସ୍ଥାରେ ଜଳନ୍ଧରରେ ହିଁ ଅଛନ୍ତି । ଭାଗ୍ୟର ବିଡମ୍ବନା ଜଗଜୀତଙ୍କ ବାପା ରବିନ୍ଦର ଏବଂ ତାଙ୍କ ବାପା ଓ ଭାଇଙ୍କ ନାରେ ପୁଅକୁ ଅପହରଣ କରାଯାଇଥିବା ନେଇ ମାମଲା ରୁଜୁ କଲେ ।
ଏହାସହ ପଢନ୍ତୁ:
ପତ୍ନୀଙ୍କ ଦୁର୍ଗା ରୂପ, ସ୍ୱାମୀ ଓ ପ୍ରେମିକା ନିର୍ଧୁମ ଛେଚିଲେ
ଅନ୍ୟପଟେ ଥାନା ପ୍ରଭାରୀ ପୁଷ୍ପ ବାଲି ନିକଟସ୍ଥ ଏକ ଢାବାରୁ ଜଗଜୀତଙ୍କୁ ଉଦ୍ଧାର କରିଛନ୍ତି । ଯେଉଁଠାରେ ସେ ବେଶଭୂଷା ପରିବର୍ତ୍ତନ କରି କାମ କରୁଥିଲେ । ଯେତେବେଳେ ସେ ସେଠାରେ ଧରାହେଲେ ସେ ଜଗଜୀତ୍ ସିଂ ନୁହେଁ ବୋଲି କହିଥିଲେ, କିନ୍ତୁ ପୋଲିସ୍ ଦ୍ବାରା କଡା ଭାଷାରେ ପଚରାଉଚରା ସମୟରେ ସେ ଶେଷରେ ମାନିବାକୁ ବାଧ୍ୟ ହୋଇଥିଲେ । ପୋଲିସ୍ ଜଗଜୀତଙ୍କୁ ଥାନାକୁ ଆଣିଥିଲେ । ଏହାପରେ ରବିନ୍ଦର ମଧ୍ୟ ଥାନାରେ ପହଁଚି ନିଜ ସ୍ବାମୀଙ୍କୁ ଚିହ୍ନିପାରିଛନ୍ତି ।