ହାପି ବାର୍ଥ ଡେ ‘ଗୁଗଲ’, ନିଜର ୨୧ତମ ଜନ୍ମଦିନରେ ଡୁଡଲ ବନାଇ ନିଜକୁ ଜଣାଇଛି ଶୁଭକାମନା
ଗୁଗଲ ଆଜି ତାର ୨୧ତମ ଜନ୍ମଦିନ ପାଳନ କରୁଛି। ଗୁଗଲ ଡୁଡଲ ବନାଇ ନିଜକୁ ଶୁଭକାମନା ଜଣାଇଛି। ଗୁଗଲ ସର୍ଚ୍ଚ ଇଞ୍ଜିନର ସ୍ଥାପନା ସେପ୍ଟେମ୍ବର ୧୯୯୮ରେ ହୋଇଥିଲା। ଦୁଇ ପିଏଚଡି ଛାତ୍ର ଲ୍ୟାରୀ ପେଜ ଏବଂ ସର୍ଜି ବ୍ରେନ କାଲିଫର୍ଣ୍ଣିୟାର ସ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟର ନିଜର ଛାତ୍ରାବାସାରେ ଏହାକୁ ପ୍ରଥମେ ସ୍ଥାପନା କରିଥିଲେ।
ଆଜିର ଦୁନିଆରେ ଗୁଗଲରେ ସବୁ ପ୍ରଶ୍ନର ଉତ୍ତର ରହୁଛି। କିଛି ବି ସମସ୍ୟାକୁ ମାତ୍ର କିଛି ସେକେଣ୍ଡରେ ଗୁଗଲ ଦୂର କରିଦେଇଥାଏ। ଓ୍ଵାଲର୍ଡ ଓ୍ଵାଇଡ୍ ୱେବ ଏବେ ବି ନିଜର ପ୍ରାରମ୍ଭିକ ଅବସ୍ଥାରେ ଥିଲା ସେତେବେଳେଗୁଗଲର ମୁଖ୍ୟ ଥିଲା ଦୁନିଆର ସମସ୍ତ ସୂଚନାକୁ ବ୍ୟବସ୍ଥିତ କରିବା ଏବଂ ଏହାକୁ ସମସ୍ତଙ୍କ ପାଇଁ ସୁଲଭ ଏବଂ ଉପଯୋଗୀ କରାଇବା।
ୟାହୁ ଏବଂ ଆସ୍କ ଜୀବ ଭଳି ପ୍ରତିଦ୍ୱନ୍ଦୀ ସର୍ଚ୍ଚ ଇଞ୍ଜିନକୁ ପଛରେ ପକାଇ ଗୁଗଲ ଆଜି ଦୁନିଆର ଲୋକପ୍ରିୟ ୱେବସାଇଟ ମଧ୍ୟରୁ ଗୋଟିଏ। ଆଜି ଗୁଗଲ ଦୁନିଆର ୧୦୦ ଭାଷାରେ କାମ କରୁଛି ଏବଂ ବର୍ଷକୁ କୋଟି କୋଟ ପ୍ରଶ୍ନର ଉତ୍ତର ଖୋଜୁଛି।