Below header

ଆଧୁନିକ ଭାରତର ଜନକ ରାଜା ରାମ ମୋହନ ରାୟଙ୍କ ଆଜି ପୁଣ୍ୟ ତିଥି

ରାଜା ରାମ ମୋହନ ରାୟଙ୍କୁ ଆଧୁନିକ ଭାରତର ଜନକ କୁହାଯାଏ। ଆଜି ତାଙ୍କ ଶ୍ରାଦ୍ଧ ଦିବସ । ରାଜା ରାମ ମୋହନ ରାୟ ଏକେଶ୍ୱରବାଦର ସମର୍ଥକ  । ଅତି ଅଳ୍ପ ବୟସରୁ ଏହା ସହ ଛୋଟ ବେଳରୁ ସେ ମୂର୍ତ୍ତି ପୂଜାକୁ ବିରୋଧ କରି ଅସୁଥିଲେ । ତାଙ୍କ ପିତା ଜଣେ ହିନ୍ଦୁ ବ୍ରାହ୍ମଣ ଥିଲେ ମଧ୍ୟ ଏହାର ପ୍ରଭାବ ରାମ ମୋହନ ଉପରେ ସେତେଟା ପଡ଼ିନଥିଲା । ପିଲା ବେଳରୁ ହିଁ ତାଙ୍କର ନିଜ ପିତାଙ୍କ ସହ ଧର୍ମ ଉପରେ ବିଭିନ୍ନ ତର୍କ ଲାଗି ରହୁଥିଲା । ଅତି ଅଳ୍ପ ବୟସରୁ  ସେ ଘର ତ୍ୟାଗ କରି ହିମାଳୟ ଓ ତିବ୍ବତ ଚାଲିଯାଇଥିଲେ । ତାଙ୍କର ଏହି ଚିନ୍ତାଧାରାକୁ ବଦଳାଇବା ପାଇଁ ପାଇଁ ତାଙ୍କ ପିତା ମାତା ତାଙ୍କ ବିବାହ କରି ଦେଇଥିଲେ । ଏହା ପରେ ବି ରାମ ମୋହନ ହିନ୍ଦୁ ଧର୍ମ ବିଷୟରେ ଅଧିକ ଅଧ୍ୟୟନ ଜାରି ରଖିଥିଲେ।  ବେଦ ଉପନିଷଦକୁ ସେ ଗଭୀରତାର ସହ ପଢିଥିଲେ ।

 

ରାମମୋହନଙ୍କ ଜନ୍ମ ୧୭୭୨ ମସିହା ମେ ମାସ ୨୨ ତାରିଖରେ ପଶ୍ଚିମ ବଙ୍ଗ ରାଜ୍ୟର ମୁର୍ଶିଦାବାଦ ଜିଲ୍ଲାର ରାଧାନଗର ଗାଁରେ ହୋଇଥିଲା । ମାତ୍ର ୧୫ ବର୍ଷ ବୟସ ଭିତରେ ସେ ବଙ୍ଗାଳି,ଆରବୀ,ଫରାସୀ ତଥା ସଂସ୍କୃତ ସାହିତ୍ୟରେ ପାଣ୍ଡିତ୍ୟ ଅର୍ଜନ କରି ସାରିଥିଲେ । କିଶୋର ଅବସ୍ଥାରେ ସେ ବହୁ ଭ୍ରମଣ କରିବା ସହ ୧୮୦୯ ମସିହାରୁ ୧୮୧୪ ମସିହା ପର୍ଯ୍ୟନ୍ତ ଇଷ୍ଟ ଇଣ୍ଡିଆ କମ୍ପାନୀ ପାଇଁ କାମ କରିଥିଲେ । ବିଦେଶ ଭ୍ରମଣ ଭାବେ ସେ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟ ଯାଇଥିଲେ । ସେ ମଧ୍ୟ ଥିଲେ ‘ବ୍ରହ୍ମ ସମାଜ’ ର ପ୍ରତିଷ୍ଠାତା । ନିଜ ଜୀବନ କାଳ ଭିତରେ ସେ ସର୍ବଦା ପୁରୁଷଙ୍କ ସହ ମହିଳା ମାନଙ୍କ ସମାନ ଅଧିକାରକୁ ସମର୍ଥନ କରିଥିଲେ । ସେ ସମୟରେ ସମାଜରେ ପ୍ରଚଳିତ ସତୀଦାହ ପ୍ରଥାର ବିରୋଧ କରିବା ସହ ବିଧବା ପୁନଃ ବିବାହ ଆଇନକୁ ସମର୍ଥନ କରିଥିଲେ ।

ଏହା ସହ ପଢନ୍ତୁ:

ମହାତ୍ମା ଗାନ୍ଧିଙ୍କ ପ୍ରେରଣା, ଯାହାକୁ ଆପଣାଇଲେ ଦୁନିଆର ପ୍ରମୁଖ ନେତା

ରାମ ମୋହନ ୧୮୨୮ ମସିହାରେ ‘ବ୍ରହ୍ମ ସମାଜ’ ର ପ୍ରତିଷ୍ଠା କରିଥିଲେ | ଯାହାକି ଭାରତର ସାମାଜିକ ସାଂସ୍କୃତିକ ଆନ୍ଦୋଳନ ମାନଙ୍କରୁ ଅନ୍ୟତମ । ଖାଲି ସେତିକି ନୁହେଁ ଭାରତର ସ୍ୱାଧୀନତା ଆନ୍ଦୋଳନ ଓ ସାମ୍ବାଦିକ କ୍ଷେତ୍ର କୁ ଏକ ନୂଆ ଦିଗ  ଦର୍ଶନ ଦେଇଥିଲେ । ଏହାବାଦ ତାଙ୍କ ଦୂରଦର୍ଶୀ ଗୁଣ ଇତିହାସରେ ଲିପିବଦ୍ଧ ହୋଇ ରହିବା ସହ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଛନ୍ତି । ଇଷ୍ଟ ଇଣ୍ଡିଆ କମ୍ପାନୀ ଚାକିରୀ ଛାଡି ନିଜକୁ ଦେଶ ସେବା କ୍ଷେତ୍ରରେ ନିୟୋଜିତ ରଖିଥିଲେ । ଏହା ବାଦ ସମାଜରୁ ଅନ୍ଧବିଶ୍ୱାସକୁ ଉଠାଇବା ପାଇଁ ମଧ୍ୟ ସେ ବହୁ ପ୍ରୟାସ କରିଥିଲେ ।ବାଲ୍ୟ ବିବାହ, ସତୀ ପ୍ରଥା, ଜାତିବାଦ, କର୍ମକାଣ୍ଡ ପରି କୁପ୍ରଥା ଗୁଡିକର ସେ ଦୃଢ  ବିରୋଧ କରିଥିଲେ । ମାତ୍ର ୬୧ ବର୍ଷ ବୟସରେ ୧୮୩୩ ମସିହା ସେପ୍ଟେମ୍ବର ମାସ ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଅବିରତ ଚେଷ୍ଟା ଓ ଅସାଧାରଣ କାମ ଭାରତକୁ ଏକ ନୂଆ ପରିଚୟ ଦେଇପାରିବା ସହ ଆଧୁନିକତାର ସ୍ପର୍ଶ ମଧ୍ୟ ଦେଇଥିଲା । ସେଥିପାଇଁ ତ ତାଙ୍କୁ ଆଧୁନିକ ଭାରତର ଜନକ କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.