ଇସ୍ରାଏଲ୍ ଉପରେ ଆକ୍ରମଣ କରିବାର ଷଡଯନ୍ତ୍ର ରଚୁଛି ଅଲକାଏଦା ଏବଂ ଆଇଏସ୍
ନୂଆଦିଲ୍ଲୀ: ଆତଙ୍କୀ ସଂଗଠନ ଅଲକାଏଦା ଏବଂ ଇସଲାମିକ୍ ଷ୍ଟେଟ୍ ଭାରତରେ ରହି ଇହୁଦୀ ଏବଂ ଇସ୍ରାଏଲ୍ ଉପରେ ଆକ୍ରମଣ କରିବା ପାଇଁ ଚକ୍ରାନ୍ତ ଚଳାଇଛି। ଗୁଇନ୍ଦା ବିଭାଗ ପକ୍ଷରୁ ଗତ ଗୁରୁବାର ଦିନ ଏହି ଘଟଣା ସମ୍ପର୍କରେ ଅଲର୍ଟ ଜାରି କରାଯାଇଛି। ଏହି ଆକ୍ରମଣ ସେପ୍ଟମ୍ବର ଏବଂ ଆସନ୍ତା ଅକ୍ଟୋବରରେ ଆସୁଥିବା ତିନୋଟି ବଡ ଉତ୍ସବ ଜରିଆରେ ଆକ୍ରମଣ କରାଯାଇପାରେ। ଏହି ଚକ୍ରାନ୍ତରେ ଅଲକାଏଦା ଏବଂ ଆଇଏସ୍ ଙ୍କ ବ୍ୟତୀତ ଅନେକ ବଡ ବଡ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ସଂଗଠନ ମଧ୍ୟ ସାମିଲ ରହିଛି।
ଗୁଇନ୍ଦା ବିଭାଗ କହିବା ଅନୁଯାୟୀ ସେପ୍ଟେମ୍ବର ଏବଂ ଅକ୍ଟୋବର ମଧ୍ୟରେ ଇହୁଦୀମାନଙ୍କର ତିନୋଟି ବଡ ଉତ୍ସବ ଆସିବ। ପ୍ରଥମ ଉତ୍ସବ ଇହୁଦୀମାନଙ୍କର ନବବର୍ଷ, ଯାହା ୨୯ ସେପ୍ଟେମ୍ବରରୁ ୧ ଅକ୍ଟୋବର ପର୍ଯ୍ୟନ୍ତ ପାଳନ କରାଯିବ। ୮ ଏବଂ ୯ ଅକ୍ଟୋବର ଦିନ ଇହୁଦୀମାନଙ୍କର ଧର୍ମର ପବିତ୍ର ଦିନ ରୂପେ ପାଳନ କରାଯିବ। ଏହାପରେ ୧୩ ରୁ ୨୨ ଅକ୍ଟୋବର ପର୍ଯ୍ୟନ୍ତ ସୁକ୍କୋଟ ଫେଷ୍ଟିଭାଲ ପାଳନ କରାଯିବ।
ଭାରତ ସରକାର ୫ ଅଗଷ୍ଟରେ ଧାରା ୩୭୦ ଅନୁଚ୍ଛେଦନ ପରେ ଜାମ୍ମୁ –କଶ୍ମୀର ଏବଂ ଲଦାଖ୍ କୁ ଅଲଗା ଅଲଗା କେନ୍ଦ୍ରଶାସିତ ପ୍ରଦେଶ କରିଛନ୍ତି। ଇସ୍ରାଏଲ୍ ଭାରତର ଏହି ନିଷ୍ପତିକୁ ସମର୍ଥନ କରିଥିଲା। କିନ୍ତୁ ଆତଙ୍କୀ ସଂଗଠନ ଇସ୍ରାଏଲ୍ର ଏହି ନିଷ୍ପତିକୁ ସମର୍ଥ କରୁନଥିଲେ। ଏହି ପର୍ବ ପାଳନ କରିବା ପାଇଁ ମଧ୍ୟ ଇହୁଦୀମାନଙ୍କ ସହ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଏକାଠି ହୋଇଥାନ୍ତି।