Below header

ବାଙ୍କୀ ବଜାରର ବିଭିନ୍ନ ଦୋକାନରୁ ଲୁଟ୍, ସିସିଟିଭିରେ କଏଦ ହେଲା ଭିଡିଓ

ବାଙ୍କୀ : ବାଙ୍କୀ ବଜାରରେ ଲୁଟ୍‌। ଦୋକାନ ବଜାର ବନ୍ଦ ରହିବାର ସୁଯୋଗ ନେଇ ବିଳମ୍ବିତ ରାତିରେ ଗୋଟିଏ ପରେ ଗୋଟିଏ ଲୁଟ୍‌ ହେଉଥିବା ଅଭିଯୋଗ ହୋଇଛି। କିନ୍ତୁ  ଲୁଟେରାଙ୍କୁ ଧରିବାର ନାଁ ଧରୁନି ପୋଲିସ। ରାତିରେ ଚର୍ଚ୍ଚିକା ମନ୍ଦିର ସାହିର କିଛି ଦୁର୍ବୃତ୍ତ ଲୁଟ୍‌ ଉଦ୍ୟମ କରି, ତାଲା ଭାଙ୍ଗି ଦୋକାନରୁ ଲୁଟ୍‌ କରୁଥିବାର ଭିଡିଓ ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି।

ଲୁଟେରାମାନେ ସ୍ଥାନୀୟ ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ପୂର୍ବରୁ ମଧ୍ୟ ପ୍ରତିଷ୍ଠିତ ମିଠା ଦୋକାନରୁ ସମାନ ଢଙ୍ଗରେ ବହୁ ଟଙ୍କା ଲୁଟ୍‌ ହୋଇଥିବାର ବାଙ୍ଗୀ ଥାନାରେ ଅଭିଯୋଗ କରାଯାଇଥିଲା। ଲୁଟେରାମାନଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ଦାବି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.