ଇଣ୍ଟରନ୍ୟାସନାଲ ପାସେଞ୍ଜରଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର, ଏବେ କ୍ୱାରେଣ୍ଟାଇନରେ ରହିବ ୭ ଦିନ

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି। ଏବେ ଇଣ୍ଟରନ୍ୟାସନାଲ ପାସେଞ୍ଜରକୁ ଆରାଇଭାଲ ପରେ ୭ ଦିନ କ୍ୱାରେଣ୍ଟାଇନ୍ ରହିବାକୁ ହେବ । ଏହାପରେ ଆସନ୍ତା ୭ଦିନ ହୋମ୍ ଆଇସୋଲେସନରେ ରହିବାକୁ ହେବ ।

ଅନିବାର୍ଯ୍ୟ କ୍ୱାରେଣ୍ଟାଇନ୍ରୁ ମୁକ୍ତି ପାଇବା ପାଇଁ ଯାତ୍ରୀଙ୍କୁ ଅନ୍ଲାଇନ୍ ପୋର୍ଟାଲରେ ବୋର୍ଡିଂରୁ ଅତି କମରେ ୭୨ ଘଣ୍ଟା ପୂର୍ବରୁ ଆପ୍ଲାଇ କରିବାକୁ ହେବ । ସରକାର ଏହି ରିକ୍ୱେଷ୍ଟରେ ଶେଷ ନିଷ୍ପତ୍ତି ନେବେ। କ୍ୱାରେଣ୍ଟାଇନ୍ରୁ ମୁକ୍ତି ପାଇଁ ଆରାଇଭଲରେ ନେଗେଟିଭ୍ ଆର୍ଟି-ପିସିଆର୍ ଟେଷ୍ଟ ରିପୋର୍ଟ ମଧ୍ୟ ଦିଆଯାଇ ପାରିବ । ହେଲେ ଏହି ଟେଷ୍ଟ ଯାତ୍ରା ଠାରୁ ୯୬ ଘଣ୍ଟାର ଟାଇମ୍ ଲାଇମ୍ ମଧ୍ୟରେ ହିଁ ହେବା ଉଚିତ୍ । ବର୍ତ୍ତମାନ ରାଜ୍ୟଗୁଡ଼ିକୁ ଏହି ଦାୟିତ୍ୱ ଦିଆଯାଇଛି କି ସେମାନେ କ୍ୱାରେଣ୍ଟାଇନ୍ ଓ ଆଇସୋଲେସନରେ ନିଜର ଅଲଗା ଅଲଗା ପ୍ରୋଟୋକଲ ତିଆରି କରିପାରିବେ ।


ଗର୍ଭବତୀ ମହିଳା, ପରିବାରରେ କାହାର ମୃତ୍ୟୁ ବା ୧୦ ବର୍ଷରୁ କମ୍ ବୟସର ପିଲା ସହ ମାତାପିତାଙ୍କ ପାଇଁ ଇଣ୍ଟରନ୍ୟାସନାଲ କ୍ୱାରେଣ୍ଟାଇନ୍ ଜରୁରୀ ହେବ ନାହିଁ । ସେ ନିଜକୁ ୧୪ ଦିନ ଆଇସୋଲେସନରେ ରଖିବାକୁ କୁହାଯିବ। ଏହି ନୂଆ ଗାଇଡ୍ ଲାଇଲ୍ ୮ ଅଗଷ୍ଟରୁ କାର୍ଯ୍ୟକାରୀ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.