Below header

କାମାକ୍ଷା ନଗର : ମଦ ଚୋରି କରି ପଳାଇ ଯାଉଥିବା କାର୍ ଖସିଗଲା ଡ୍ରେନ୍‌କୁ, ଲୁଟେରା ଛାଡ଼ି ପଳାଇଲେ ଗାଡ଼ିି ମଦ

କାମାକ୍ଷାନଗର: ବିଦେଶୀ ମଦ ଦୋକାନରୁ ବିପୁଳ ପରିମାଣର ମଦ ଚୋରି ଅଭିଯୋଗ । ମଦ ଦୋକାନ ସମ୍ମୁଖ ନାଳରେ ଫସିଲା ଗାଡି । ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୨ନମ୍ବର ଓ୍ଵାର୍ଡ ଅଞ୍ଚଳରେ ଏହି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ୨ନମ୍ବର ଓ୍ଵାର୍ଡର ପ୍ରତାପ ଚନ୍ଦ୍ର ରାଉତଙ୍କ ବିଦେଶୀ ମଦ ଦୋକାନରୁ ସଟର ଭାଙ୍ଗି ମଦ ଚୋରି କରି ପଳାଇ ଯାଉଥିଲେ କିଛି ଦୁବୁର୍ତ୍ତ ।

ତା ସହ ମଦ , କିଛି ଟଙ୍କା ଓ ଲ୍ୟାପଟପ୍‌ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗାଡିଟି ଦୋକାନ ସାମ୍ନାରେ ଥିବା ନାଳରେ ଫସି ଯାଇଥିବା ଯୋଗୁ ଦୁବୁର୍ତ୍ତ ମାନେ ଘଟଣାସ୍ଥଳରେ ଗାଡି ଓ ମଦ ଛାଡି ଫେରାର ହୋଇଯାଇଛନ୍ତି । ଖବର ପାଇ ଭୁବନ ଥାନା ପୋଲିସ୍‌ ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.