ଭାଇ ପାଇଁ ଭାବୁକ ଚିଠି ଲେଖିଲେ ସୁଶାନ୍ତଙ୍କ ଭଉଣୀ, କହିଲେ ‘୩୫ ବର୍ଷରେ ପ୍ରଥମ ଥର ପାଇଁ ସେହି ହାତ ମୋ ପାଖରେ ନାହିଁ ଯେଉଁ ହାତରେ ରାକ୍ଷୀ ବାନ୍ଧିବି’

ଆଜି ସବୁ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧୁଛନ୍ତି, କିନ୍ତୁ ମୁଁ ଏତେ ବଡ ହତଭାଗିନୀ ଯେ, ମୋ ପାଖରେ ଆଉ ମୋ ଭାଇ ନାହିଁ। ୩୫ ବର୍ଷ ପରେ ପ୍ରଥମ ଥର ପାଇଁ ମୋ ପାଖରେ ରାକ୍ଷୀ ଅଛି, ମିଠା ଅଛି, ଚନ୍ଦନ ଟୀକା ଥାଳି ବି ରହିଛି କିନ୍ତୁ ସେହି ହାତ ନାହିଁ, ଯେଉଁ ହାତରେ ମୁଁ ରାକ୍ଷୀ ବାନ୍ଧିପାରିବି। ଏମିତି ଏକ ଭାବୁକ ପୋଷ୍ଟ କରିଛନ୍ତି ସୁଶାନ୍ତଙ୍କ ବଡ ଭଉଣୀ ରାଣୀ ସିଂହ।

ସେ କହିଛନ୍ତି, ‘୩୫ ବର୍ଷ ପରେ ଆଜି ପ୍ରଥମ ଥର ପାଇଁ ଏମିତି ଘଟିଛି। ଆରତୀ ଦୀପ ମଧ୍ୟ ଜଳୁଛି । ସେଠାରେ ଏକ କଦଳୀ-ଚନ୍ଦନ ଟିକା ମଧ୍ୟ ଅଛି । ମିଠା, ରାକ୍ଷୀ ସବୁକିଛି ଅଛି। କିନ୍ତୁ ତା ଚେହେରା ଦେଖିପାରୁନି, ଯାହାକୁ ଦେଖି ମୁଁ ବନ୍ଦାପନା କରିପାରିବି। ସେହି ହାତ ବି ନାହିଁ, ଯେଉଁଥିରେ ମୁଁ ରାକ୍ଷୀ ବାନ୍ଧି ପାରିବି। ସେ ଭାଇ ଆଜି ନାହିଁ, ଯାହାକୁ ମୁଁ ଆଲିଙ୍ଗନ କରିପାରିବି।

sushanta

ବହୁ ବର୍ଷ ପୂର୍ବେ, ଯେତେବେଳେ ତୁମେ ଆସିଥିଲ, ଜୀବନ ଉଜ୍ଜ୍ୱଳ ହୋଇଉଠିଥିଲା। ଯେତେବେଳେ ତୁମେ ଥିଲ, ସେତେବେଳେ ଖାଲି ଆଲୋକ ଥିଲା । ବର୍ତ୍ତମାନ ଯେତେବେଳେ ତୁମେ ନାହଁ, ମୁଁ କ’ଣ କରିବି ଜାଣେ ନାହିଁ ? ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ । ଏହା ଘଟିବ ବୋଲି କେବେ ଭାବି ନଥିଲି। ଏହି ଦିନ ଥିବ କିନ୍ତୁ ତୁମେ ନଥିବ। ଆମେ ଏକାଠି ଅନେକ ଜିନିଷ ଶିଖିଛେ। ମୁଁ ତୁମ ବିନା ଏକାକୀ ରହିବି କେମିତି। ତୁମେ ହିଁ କୁହ।’


ସୂଚନାଯୋଗ୍ୟ ଯେ, ଜୁନ୍ ୧୪ ରେ ବାନ୍ଦ୍ରାସ୍ଥିତ ଫ୍ଲାଟରେ ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଥିଲା। ସୁଶାନ୍ତଙ୍କୁ ବିଦାୟ ପରେ ତାଙ୍କ ଭଉଣୀ ରାକ୍ଷୀ ଅବସରରେ ନିଜ ଭାଇଙ୍କୁ ବହୁତ ମନେ ପକାଉଛନ୍ତି। ପ୍ରତିବର୍ଷ ପରି ସେ ଆଜି ସୁଶାନ୍ତଙ୍କୁ ରାକ୍ଷୀ ବାନ୍ଧି ପାରିବେ ନାହିଁ। ଏହି ଦୁଃଖ ପ୍ରକାଶ କରି ସୁଶାନ୍ତଙ୍କ ଭଉଣୀ ରାଣୀ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି। ସୁଶାନ୍ତଙ୍କ ତିନି ଭଉଣୀ ରହିଛନ୍ତି। ରାଣୀ ସିଂହ, ମିତୁ ସିଂ ଏବଂ ଶ୍ୱେତା କିର୍ତ୍ତୀ ସିଂହ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.