ରାସ୍ତା କଡରେ ବସି ପରିବା ବିକୁଥିବା ମହିଳାଙ୍କ ପାଖରେ ପହଁଚିଲା ଭୋକିଲା ମୟୁର, ତାପରେ କେମିତି ଖାଦ୍ୟ ଖାଇଲା ଦେଖନ୍ତୁ

ସୋସିଆଲ ମିଡିଆରେ ଆପଣ ମୟୁରକୁ ନାଚୁଥିବାର କିମ୍ବା ଆକାଶରେ ଉଡୁଥିବାର ଅନେକ ଭିଡିଓ ଆପଣ ଦେଖିଥିବେ। କିନ୍ତୁ ଏବେ ଏକ ମୟୁରର ଖାଦ୍ୟ ଖାଉଥିବାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ଚେହହେରାରେ ବି ହସ ଆସିଯିବ। ଏହି ଭିଡିଓକୁ ଆପଣ ଦେଖିଲେ ବହୁତ ଖୁସି ହୋଇଯିବେ।

ଭିଡିଓରେ ଆପଣ ଦେଖୁଥିବେ ଜଣେ ମହିଳା ବହୁତ ବଢ଼ିଆ ତରିକାରେ ଭୋକିଲା ମୟୁରକୁ ଖାଦ୍ୟ ଖୁଆଉଛନ୍ତି। ଏହି ଭିଡିଓ ଦେଖିଲା ପରେ ପୂରା ଗ୍ୟାରେଣ୍ଟୀ ଯେ ଆପଣଙ୍କ ଚେହେରାରେ ଖୁସି ଆସିଯିବ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ମହିଳା ରାସ୍ତା କଡରେ ବସି ପରିବା ବିକୁଛନ୍ତି। ଏତେ ସାରା ପରିବା ଦେଖି ମୟୁର ମହିଳାଙ୍କ ପାଖରେ ପହଁଚିଗଲା। ମହିଳା ହାତରେ ଖାଦ୍ୟ ରଖି ମୟୁର ଆଡକୁ ବଢ଼ାଇ ଦେଲେ। ସେ ହାତରେ ଖାଦ୍ୟ ଖାଇବାକୁ ଲାଗିଲେ। ତେବେ ପାଖରେ ଯାଉଥିବା ଲୋକ ଏହି ସୁନ୍ଦର ଦୃଶ୍ୟକୁ ଦେଖି ରେକର୍ଡିଂ କରିବାକୁ ଲାଗିଲେ। ମୟୁର ଯେଉଁଭଳି ଭାବେ ଖାଦ୍ୟ ଖାଉଥିଲା, ଲୋକଙ୍କୁ ତାହା ବହୁତ ପସନ୍ଦ ଆସିଛି। ଆପଣ ବି ଦେଖନ୍ତୁ ଏହି ସୁନ୍ଦର ଭିଡିଓକୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.