Below header

ଭଦ୍ରକର କୁନି ପ୍ରତିଭା ଶ୍ରେୟାଂଶୁ: ନେପାଳରେ ହେବାକୁ ଥିବା ଆନ୍ତର୍ଜାତିକ ଶିଶୁ ମଡେଲ ପ୍ରତିଭା ପାଇଁ ହୋଇଛନ୍ତି ମନୋନୀତ

ଭଦ୍ରକ: କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ। ଯଦି ପ୍ରତିଭା ଆଉ ଦ୍ରୁଢ ଇଚ୍ଛା ଶକ୍ତି ଅଛି ତେବେ ଜଣେ ନିହାତୀ ସଫଳତାରେ ପହଁଚିବ । ସେ କୁନି ଛୁଆଟେ ହେଉ କିମ୍ବା ବୟସ୍କ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ। ଶୈଶବ ବୟସରେ ଆଶ୍ଚର୍ଯ୍ଯ କରିବା ଭଳି ପ୍ରତିଭା। ଭୂଇଁ ଉପରେ ଭଲ ସେ ଛିଡା ହୋଇ କଥା କହି ପାରୁନଥିବା କଅଁଳ ପିଲାଟି ଏବେ ଅନ୍ତର୍ଜାତୀୟ ସ୍ତରର ହେବାକୁ ଥିବା ଶିଶୁ ମଡେଲ ପ୍ରତିଯୋଗିତାରେ କରିବେ ଅଂଶଗ୍ରହଣ।। ଏହି କୁନି ପ୍ରତିଭାକୁ ଦେଖିଲେ ବିଶ୍ଵାସ କରି ହେବ ନାହିଁ । ମାତ୍ର ଅଢେଇ ବର୍ଷ ବୟସରେ ସେ ଆନ୍ତର୍ଜାତିକ ମଡେଲ ପ୍ରତିଯୋଗିତା ପାଇଁ ସର୍ବ ଭାରତୀୟ ଶିଶୁ ବର୍ଗରୁ ଚୟନ ହୋଇଛନ୍ତି। ଯାହାକୁ ନେଇ ସେ ଏବେ ବେସ ଚର୍ଚ୍ଚିତ।

childଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ ମୀଆଳି ପଞ୍ଚାୟତ ବିରିଡ଼ି ଗ୍ରାମର ଶିଶୁ ପ୍ରତିଭା ସାଇ ଶ୍ରେୟାଂଶୁ ପଣ୍ଡାଙ୍କ କଥା। କାହ୍ନା ନାମରେ ସେ ବେଶ ଜଣାଶୁଣା। ବୟସ ମାତ୍ର ଅଢେଇ ବର୍ଷ। ଜନ୍ମର ଦେଢ଼ ବର୍ଷରୁ ତାଙ୍କର ନୃତ୍ୟ, ମଡେଲ କଳା, ଫଟୋ ପୋଜିଂରେ ଆଗ୍ରହ ଦେଖିବାକୁ ମିଳିଥିଲା । ବାପା ଶ୍ରୀରାମ ଓ ମା ପୁଷ୍ପାଞ୍ଜଳି କାହ୍ନାଙ୍କୁ ଏହି ଦିଗରେ ପ୍ରୋତ୍ସାହିତ କରିଥିଲେ। ଫଳରେ ବିକଶିତ ହେବାକୁ ଲାଗିଥିଲା ତାଙ୍କର ପ୍ରତିଭାା। ପରେ ନାଚ, ମଡେଲ ପୋଜ ଓ ରାମ୍ପ ୱାଲ୍କ ପାଇଁ ସେ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ସଫଳତା ହାସଲ କରିବା ସହ ବେଶ ଜଣାଶୁଣା ତଥା ଚର୍ଚିତ ହୋଇଗଲେ। ଜନ୍ମଜାତ ଗୁଣ ଓ ଅବିଶ୍ବ‌ନୀୟ ପରିପ୍ରକାଶ ଶୈଳୀ ଯୋଗୁ ରାଜ୍ଯର ତଥା ଦେଶର ଏକ ମାତ୍ର ଶୈଶବ ଆନ୍ତର୍ଜାତିକ ମଡେଲ ପ୍ରତିଯୋଗୀ ହେବାର ଗୌରବ ହାସଲ କରିଛନ୍ତି ସାଇ ଶ୍ରେୟାଂଶୁ। ତାଙ୍କର ଜନ୍ମ ୨୦୧୮ ମସିହା ଅଗଷ୍ଟ ମାସରେ । ମାତ୍ର ଜନ୍ମର ଦେଢ଼ ବର୍ଷରୁ ଏଦିଗରେ ତାଙ୍କର ଆଗ୍ରହ ଦେଖି ତାଙ୍କ ବାପା,ମା ଏଥି ପାଇଁ ବ୍ଯବସ୍ଥା କଲେ। ଜେଜେବାପା ସୁଶାନ୍ତ ପଣ୍ଡା ଓ ଜେଜେମା ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା କାହ୍ନ।କୁ ପ୍ରୋତ୍ସାହିତ କରିଥିଲେ।

ପୁଅର ମଡେଲ ପ୍ରତି ଆଗ୍ରହ ଦେଖି ତାଙ୍କୁ ଆଗେଇନେଇଥିଲେ ପରିବାର ଲେୋକେ। ନେପାଳରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଶିଶୁ ମଡେଲ ପ୍ରତିଭା ପାଇଁ ମନୋନୀତ ହୋଇଥିଲେ ଶିଶୁ ଶ୍ରେୟାଂଶୁ ଓରଫ୍‌ କାହ୍ନା। ଏହାପରେ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଲା ଶ୍ରେୟାଂଶୁଙ୍କ ନିକଟକୁ। ଯାହାକୁ ପରିବାର ଲୋକଙ୍କ ଖୁସି କହିଲେ ନ ସରେ । ଅଖ୍ଯାତ ପଲ୍ଲୀରେ ଜନ୍ମ ହେଇ ଥିବା ଶ୍ରେୟାଂଶୁ, ନିଜର ପ୍ରତିଭା ପ୍ରଦର୍ଶନ କରି ରାଜ୍ଯ ପାଇଁ ସୁନାମ ଆଣି ଦେଇଥିବା ବେଳେ ନେପାଳରେ ହେବାକୁ ଥିବା ଆନ୍ତର୍ଜାତିକ ମଡେଲ ପ୍ରତିଯୋଗିତାରେ ସେ ଯେମିତି ସଫଳ ହୋଇ ଭାରତର ନାମ ରଖିବ ସେଥି ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।

child picକୋଭିଡ କଟକଣା ପରେ ମୁମ୍ବାଇର ଗ୍ଲୋବାଲ ବିୟୁଟି ଇଣ୍ଟରନେସନାଲ ଅର୍ଗନାଇଜେସନ ପକ୍ଷରୁ ଆୟୋଜିତ ହୋଇଥିଲା କିଡ଼ସ ଆଣ୍ଡ ଟିନ ୱାଲ୍ଦ ଇଭେଣ୍ଟ ୨୦୨୦-୨୧। ସେଠାରେ ଅଂଶଗ୍ରହଣ କରିଥିଲେ କାହ୍ନା। ୪୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବିଜେତା ହୋଇଥିଲେ। ଯାହାକି ତାଙ୍କୁ ଆଣିଦେଇଥିଲା ବାସ୍ତବ ପରିଚୟ। ଶୈଶବ ବୟସରେ ପିଲାଟିର ଏଭଳି ପ୍ରତିଭା ସମସ୍ତଙ୍କୁ ଚକିତ କରିଛି। ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରିଥିବାରୁ ଗ୍ରାମବାସୀ ତଥା ପରିବାର ଭିତରେ ଖୁସିର ଲହରୀ ଖେଳିଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.