ଜାଣନ୍ତୁ ଜାହ୍ନବୀ କପୁର କାହିଁକି କାର୍‌ରେ କରୁଛନ୍ତି ଡ୍ରେସ୍‌ ଚେଞ୍ଜ୍‌, ଭିଡିଓ ଭାଇରାଲ୍‌

ମୁମ୍ବାଇ :  ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କର ଗେଟ୍‌ ଅପ୍‌ ଓ ଫଟୋକୁ ନେଇ ସୋସିଆଲ୍‌ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ପ୍ରସଂଶକମାନେ ତାଙ୍କର ଏହି ସେୟାର କରିଥିବା ଫଟୋକୁ ପସନ୍ଦ କରିବା ସହ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଥାନ୍ତି । ଜାହ୍ନବୀ ନିଜର ଫିଟ୍‌ନେ୍‌ ପାଇଁ ସବୁବେଳେ ଚର୍ଚ୍ଚରେ ଥାଆନ୍ତି । କେତେବେଳେ ସେ ଯୋଗ କ୍ଲାସରେ ତ କେତେବେଳେ ଜିମ୍‌ରେ ଥିବାର ଦେଖାଯାଏ । ତାଙ୍କର ଏହି ଫଟୋଗୁଡିକୁ ସୋସିଆଲ୍‌ ମେଡିଆରେ ଖୁବ୍‌ ପସନ୍ଦ କରାଯାଏ ।

ନିକଟରେ ଅଭିନେତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ କିଛି ଏମିତି ଫଟୋ ସେୟାର କରିଛନ୍ତି । ଯାହା ଖୁବ୍‌ ଭାଇରାଲ୍‌ ହୋଇଛି । ଜାହ୍ନବୀ ଏକ ଫଟୋରେ କାର୍‌ରେ ଡ୍ରେସ୍‌ ଚେଞ୍ଜ୍‌ କରୁଥିବା ଦେଖିବାକୁ ମିଳିଛନ୍ତି । ସେଥିରେ ଅଭନେତ୍ରୀ ଜଣକ ଲେଖିଛନ୍ତି ଯେ ଫିଲ୍ମ ‘ରୁହି’ ର ପ୍ରମୋଶନ ପରେ ତାଙ୍କୁ ସମୟ ମିଳିନଥିଲା । ତାଙ୍କର ଫ୍ଲାଇଟ୍‌ ସମୟ ହୋଇଯାଇଥିବାରୁ ସେ କାର୍‌ରେ ଡ୍ରେସ୍‌ ଚେଞ୍ଜ୍‌ କରୁଛନ୍ତି । ସେ ଗ୍ଲାମରସ୍‌ ଲୁକ୍‌ରୁ କାଜୁଆଲ୍‌ ଲୁକ୍‌ରେ ଆସିବାକୁ କାର୍‌ରେ ଜିନ୍ସ ପିନ୍ଧୁଥିବା ଦେଖାଯାଇଛି ।

janhabi
photo credit: jagran.com

ପ୍ରଥମ ଦୁଇଟି ଫଟୋରେ ଜାହ୍ନବୀ କପୁର ମିନି ସ୍କର୍ଟ ଓ ଟପ୍‌ ପିନ୍ଧୁଥିବାର ଦେଖାଯାଇଛନ୍ତି । ୩ୟ ଫଟୋରେ ସେ କାର୍‌ରେ ଜିନ୍‌ ପିନ୍ଧିବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛନ୍ତି । ସେ କାର୍‌ରେ ଏୟାରପୋର୍ଟ ଯିବା ବାଟରେ ନିଜର ଜିନ୍ସ ପିନ୍ଧିବାକୁ ଚେଷ୍ଟା କରୁଥିବା ଦେଖାଯାଇଛନ୍ତି । ପରବର୍ତ୍ତୀ ଫଟୋରେ ସେ ବିମାନରେ ଜିନ୍‌ ସହ ଏକ ଧଳା ରଙ୍ଗର ଟପ୍‌ ପିନ୍ଧି ବସିଥିବା ନଜର ଆସିଛନ୍ତି ।

ପ୍ରଶଂସକମାନେ ମଧ୍ୟ ଏହି ଫଟୋକୁ ବେଶ୍‌ ଲାଇକ୍‌ ଓ ସେୟାର କରଛନ୍ତି । ଆଉ କେହି ପ୍ରଶଂସକ ଫିଲ୍ମର ସଫଳତା ନେଇ ଜାହ୍ନବୀଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି । ଜାହ୍ନବୀଙ୍କ ଏହି ଫିଲ୍ମ ଆଜି (ଗୁରୁବାର) ରିଲିଜ ହେବାକୁ ଯାଉଛି । ଏଥିରେ ଜାହ୍ନବୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.