Below header

ପୁରୀ: ଡେଲାଙ୍ଗ ଷ୍ଟେସନ ନିକଟରେ ବିଦେଶୀ ପକ୍ଷୀଙ୍କ ସମାହାର

ପୁରୀ(କେନ୍ୟୁଜ୍): ପୁରୀ ଜିଲ୍ଳା ଡେଲାଙ୍ଗ ଷ୍ଟେସନ ନିକଟରେ ସବୁଜ ପତ୍ରରେ ଭରି ହୋଇଥିବା ଗଛରେ ବିଦେଶୀ ପକ୍ଷୀଙ୍କ ସମାହାର । ମୌସୁମୀ ଆଗମନରେ ସୂଦୁର ଆଣ୍ଡାମାନ ନିକୋବର ଓ ଶ୍ରୀଲଙ୍କାରୁ ଉଡ଼ିଆସିଛନ୍ତି ଏହି ପକ୍ଷୀ । ଆଉ ଏମାନଙ୍କ ସୁରକ୍ଷା କରୁଛନ୍ତି ସ୍ଥାନୀୟ ଲୋକେ । ଏ ହେଉଛି ପୁରୀ ଜିଲ୍ଳା ଡେଲାଙ୍ଗ ଷ୍ଟେସନ ନିକଟରେ ଥିବା ଗଛ ଗୁଡ଼ିକର ଦୃଶ୍ୟ । ବର୍ଷା ଦିନର ଆଗମନରେ ଏହି ପକ୍ଷୀମାନେ ଏଠାକୁ ଉଡି ଆସିଥାନ୍ତି । ଆଉ ଏମାନଙ୍କ ଆଗମନରେ ଚାଷୀ ମୌସୁମୀ ଆସିବାର ସୂଚନା ପାଇଥାନ୍ତି ଓ ଆରମ୍ଭ କରିଥାନ୍ତି ଚାଷ କାର୍ଯ୍ୟ । ସାଧାରଣ ବଗଙ୍କଠାରୁ ଏହି ବଗମାନଙ୍କର ବେକ ଲମ୍ବା ଥାଏ । ଏମାନଙ୍କୁ ଲାର୍ଜଗ୍ରେଟ ବୋଲି ମଧ୍ୟ କୁହାଯାଏ । ସଙ୍ଗମ ଋତୁ ହୋଇଥିବାରୁ ଏମାନେ ଗଛରେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି । ବର୍ଷା ଋତୁ ଶେଷ ହେବାପରେ ପୁଣି ଫେରିଯାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.