ଦୁର୍ଘଟଣା ପରେ ଜଳିଗଲା ଚଳନ୍ତା ଟ୍ରକ୍‌, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ଘଟଗାଁ (କେ ନ୍ୟୁଜ୍‌) : ଚଳନ୍ତା ଟ୍ରକରେ ନିଆଁ ଲାଗି ଗଲା । ଡ୍ରାଇଭର ଅଳ୍ପକେ ବର୍ତ୍ତି ଗଲେ । ଘଟଗାଁ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଏହି ଆଇରନ୍‌ ବୋଝେଇ ଟ୍ରକ୍‌ଟି କେନ୍ଦୁଝରରୁ ଆନନ୍ଦପୁର ଅଭିମୁଖେ ଯିବା ସମୟରେ ଘଟଗାଁ କଲେଜ ଛକ ନିକଟରେ ରାସ୍ତା ଡିଭାଇଡରରେ ଧକ୍କା ହୋଇଥିଲା । ଫଳରେ ଟ୍ରକ୍‌ରେ ହଠାତ ନିଆଁ ଲାଗି ଯାଇଥିଲା । ଡ୍ରାଇଭର ସଙ୍ଗେ ସଙ୍ଗେ ଗାଡ଼ିରୁ ବାହାରିଯିବାରୁ ବର୍ତ୍ତି ଯାଇଥିଲେ । ହେଲେ ଟ୍ରକ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଖବର ପାଇ ଦମ୍‌କଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।

TRUCK FIRE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.