Below header

ଚାନ୍ଦବାଲି: ଶେଷ ହେଉନି ମୁଆଁଗାଁ ବୈତରଣୀ ନଦୀବନ୍ଧ ମରାମତି କାର୍ଯ୍ୟ

ଚାନ୍ଦବାଲି(କେନ୍ୟୁଜ୍): ବର୍ଷା ଦିନ ଆରମ୍ଭରୁ ନଈକୂଳିଆ ଲୋକଙ୍କୁ ଘାରିଛି ବନ୍ୟା ଚିନ୍ତା । ଯାଜପୁର ଜଳସେଚନ ବିଭାଗ ଅଧୀନରେ ରହିଛି ଆରଡି ପଞ୍ଚାୟତ ମୁଆଁଗାଁ ବୈତରଣୀ ନଦୀ ବନ୍ଧ । ବନ୍ଧ ଉପରେ ମାଟି ପଡିଛି ଆଉ କଡ଼େକଡେ କିଛି ପଥର ପ୍ୟାକିଂ ମଧ୍ୟ କରାଯାଇଛି, ହେଲେ କାମ ଏଯାଏ ଶେଷ ହୋଇନି । ଯାହାକୁ ନେଇ ନଈକୂଳରେ ବସବସ କରୁଥିବା ୫୦ଟି ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି । ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ କାମ ବିଳମ୍ବ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ମୁଆଁ ନଦୀବନ୍ଧ ପରି ସଠିବାଙ୍କୁଡ଼ା ଓ ବୋଡ଼କ ନଦୀବନ୍ଧ ମଧ୍ୟ ବର୍ଷା ଦିନେ ଚର୍ଚ୍ଚାକୁ ଆସିଥାଏ । ଏଠାରେ ଜଳସମ୍ପଦ ବିଭାଗ ମନଇଚ୍ଛା ନିମ୍ନମାନର କାମ କରିଥିବା ଲୋକେ ଅଭିଯୋଗ କରଛନ୍ତି । ବୋଡ଼କ ଠାରେ ନଦୀବନ୍ଧରୁ ମାଟି ଅତଡ଼ା ଧସୁଛି । ବର୍ଷାଦିନ ଆସି ଯାଇଥିବାରୁ ନଈକୂଳିଆ ଲୋକଙ୍କୁ ଚିନ୍ତା ଘାରିଛି । ସେପଟେ ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.