ଗୁଣି ଗାରେଡ଼ି ସନ୍ଦେହ, ଜଣକୁ ମାରି ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ

ଗଞ୍ଜାମ (କେନ୍ୟୁଜ୍): ପ୍ରଥମେ ମସ୍ତବଡ଼ ଭୁଲ କଲା ଓ ପରେ ପଶ୍ଚାତାପ କରି ପୋଲିସ୍‌ ନିକଟରେ ଆତ୍ମସମର୍ପଣ କଲା । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଧୋବାଡ଼ି ପାଟପୁର ଗାଁରେ ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବା ପରେ ହତ୍ୟାକାରୀ ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି । ଗାଁର କୃଷ୍ଣ ଚନ୍ଦ୍ର ପ୍ରଧାନ ରକ୍ତ ଜୁଡୁବୁଡୁ ମୃତଦେହ ଗାଁ ମୁଣ୍ଡରେ ଥିବା ଏକ ଗଛ ତଳେ ପଡ଼ିଥିବାର ଗାଁ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା । ସେପଟେ ହତ୍ୟାକାରୀ ମୁରଲୀ ପ୍ରଧାନ ହତ୍ୟାରେ ବ୍ୟବହୃତ ଖଣ୍ଡା ଧରି ହିଞ୍ଜିଳି ଥାନାରେ ଆତ୍ମସମର୍ପଣ କରିଛି । ଗୁଣି ଗାରେଡ଼ି ସନ୍ଦେହ କରି ମୁରଲୀ, କୃଷ୍ଣଚନ୍ଦ୍ରକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

Leave A Reply

Your email address will not be published.