ଭାରତଠୁ ହାରିବା ପରେ ଭାଙ୍ଗି ପଡିଥିଲେ ପାକିସ୍ତାନ କୋଚ୍, ଚାହୁଁଥିଲେ ଆତ୍ମହତ୍ୟା କରିବାକୁ

ଜୁନ୍ ୧୬ ରେ ହୋଇଥିବା ମ୍ୟାଚରେ ଭାରତଠୁ ୮୯ ରନରେ ହାରିଥିଲା ପାକିସ୍ତାନ । ବିଶ୍ବକପରେ ଲଗାତାର ସପ୍ତମ ଥର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକକୁ ମାତ୍ ଦେଇଥିଲା ଟିମ୍ ଇଣ୍ଡିଆ । ଏଥିରେ ଏତେ ଭାଙ୍ଗି ପଡିଥିଲେ ପାକିସ୍ତାନର କୋଚ ଯେ ଆତ୍ମହତ୍ୟା କରିବା ପାଇଁ ଚାହିଁଥିଲେ । ଏକଥା ସ୍ବୀକାର କରିଛନ୍ତି ନିଜେ ମିକି ଅର୍ଥର୍ ।

ଏହି ପରାଜୟ ପରେ ଖୁବ୍ ସମାଲୋଚନାର ଶିକାର ହୋଇଥିଲା ପାକିସ୍ତାନ । ଏପରିକି ନିଜ ମାଟିରେ ମଧ୍ୟ ଟିମର ମଜାକ୍ ଉଡିଥିଲା । ଉଭୟ ଫେସବୁକ ଏବଂ ଟୁଇଟରରେ ପ୍ରଶଂସକ ପାକିସ୍ତାନୀ ଖେଳାଳିଙ୍କୁ ଜବରଦସ୍ତ ଟାର୍ଗେଟ୍ କରିଥିଲେ । ଯେଉଁଥିରେ ନିଜେ ମିକି ଏବଂ ଅନ୍ୟ ଖେଳାଳି ଚାପରେ ରହିଥିଲେ । ମିକି ଏତେ ମ୍ରିୟମାଣ ହୋଇପଡିଥିଲେ ଯେ ଆତ୍ମହତ୍ୟା କରିବାକୁ କଥା ମନକୁ ଆସିଥିଲା ବୋଲି ସେ କହିଛନ୍ତି ।

ଭାରତଠୁ ପରାଜୟ ପରେ ପାକିସ୍ତାନର ସେମିଫାଇନାଲ୍ ପର‌୍ୟ୍ୟନ୍ତ ପହଂଚିବା ଆଶା ଧୂଳିସାତ ହୋଇଯାଇଥିଲା । ତେବେ ଦକ୍ଷିଣ ଆଫ୍ରିକା ବିରୋଧରେ ଦମଦାର ପ୍ରଦର୍ଶନ ପରେ ପାକିସ୍ତାନର ବିଶ୍ବକପ୍ ଆଶା ପୁଣି ଥରେ ଉଜ୍ଜୀବିତ ହୋଇଛି । ଆତ୍ମହତ୍ୟା କଥା ମୁଣ୍ଡରୁ ବାହାର ବର୍ତ୍ତମାନ ଖେଳ ଉପରେ ଫୋକସ୍ କରିବାକୁ ଚାହୁଁଛନ୍ତି ମିକି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.