Below header

ଶ୍ରୀଜିଉଙ୍କ ଘୋଷଯାତ୍ରାକୁ ଆଉ ୮ ଦିନ ବାକି, ଆରମ୍ଭ ହୋଇଛି ୩ ରଥର ଦ୍ୱିତୀୟ ଭୂଇଁ ସଂଯୋଗ କାମ

ପୁରୀ(କେନ୍ୟୁଜ୍): ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ଚଳଚଞ୍ଚଳ ରଥଖଳା। ବିଶ୍ୱକର୍ମା ମହାରଣାଙ୍କୁ ଫୁରସତ ନାହିଁ । ରଥଯାତ୍ରାକୁ ଆଉ ୮ ଦିନ ବାକି ଥିବା ବେଳେ ଏବେ ତିନି ରଥ ନିର୍ମାଣ କାମ ଜୋରସୋର ଚାଲିଛି । ୩ ରଥର ଦ୍ୱିତୀୟ ଭୂଇଁ ସଂଯୋଗ କାମ ଆରମ୍ଭ ହେଉଛି। ପ୍ରତି ରଥରେ ୩ଟି ଭୂଇଁ ନିର୍ମାଣ କରାଯିବା ପରେ ଉପର ଅଂଶ ପୋଟଳ ନିର୍ମାଣ କାର୍ଯ୍ୟ ହେବ। ସ୍ନାନ ପୂର୍ଣ୍ଣିମାରୁ ୪ ନାହାକା କାମ ଶେଷ ହୋଇଥିବା ବେଳେ ବର୍ତ୍ତମାନ ୧୪ ନାହାକା ନିର୍ମାଣ କାମ ଜାରି ରହିଛି। ସେପଟେ ୩ ରଥର ସୌନ୍ଦର୍ଯ୍ୟକରଣ କାମରେ ରୂପକାର ଓ ଚିତ୍ରକରମାନେ ଲାଗିପଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.