Below header

କନ୍ଧମାଳ: ପିଲାଙ୍କ ଭବିଷ୍ୟତ ପାଇଁ ଲଢେଇ, ମହାବିଦ୍ୟାଳୟ ଖୋଲିବାକୁ ଦାବି କରିଛନ୍ତି ଗ୍ରାମବାସୀ

କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକ୍‌ କାଟିଙ୍ଗିଆରେ ବିଦ୍ୟାଳୟ ଜମି ଜବର ଦଖଲ ଉଚ୍ଛେଦ ଦାବିରେ ଆନ୍ଦୋଳନ ।  କାଟିଙ୍ଗିଆ ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ଜମି ଜବର ଦଖଲ ଉଚ୍ଛେଦ ସହ ସେଠାରେ ମହାବିଦ୍ୟାଳୟ ଖୋଲିବାକୁ ଦାବି କରିଛନ୍ତି ଗ୍ରାମବାସୀ । ପ୍ରତିବାଦ ବେଳେ ପଞ୍ଚାୟତ କାର‌୍ୟ୍ୟାଳୟରେ ତାଲା ପକାଇବା ସହ ଆନ୍ଦୋଳନକାରୀମାନେ ବିଭିନ୍ନ ସାମଗ୍ରୀ ନେଇଯାଇଥିବା ଅଭିଯୋଗ ହୋଇଛି । ସେପଟେ ଜମି ଜବର ଦଖଲ ନେଇ ଅଭିଯୋଗ ଆସିଥିବା ପରିବାର ଲୋକ କହିଛନ୍ତି, ୧୯୬୨ ମସିହାରୁ ସେମାନେ ଜମି କିଣି ରହିଆସୁଛନ୍ତି । ଏହାର ବହୁ ପରେ ୧୯୭୪ ମସିହାରେ ଏଠାରେ ବିଦ୍ୟାଳୟ ଆରମ୍ଭ ହୋଇଥିଲା । ତେଣୁ ଜମି ବିବାଦ ପାଇଁ ସେମାନେ ଆଇନର ଆଶ୍ରୟ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.