Below header

ନାଟ ଶିଖେଇ ଶିଖେଇ ଭୋକିଲା ପେଟରେ କେତେ ଦିନରାତି ବିତିଯାଇଛି ତାଙ୍କର, ଏମିତି ଗୁରୁଙ୍କୁ କୋଟି ପ୍ରଣାମ

ଜୟପୁର(କେନ୍ୟୁଜ୍): ଘର ଭିତରୁ ମିଟିମିଟି ଆଲୁଅରେ ଖୋଜି ଚାଲିଛନ୍ତି ନିଜ ଅତିତର ସବୁ ସ୍ମୃତିକୁ। ଯାହା ତାଙ୍କୁ ପରିଚୟ ଦେଇଥିଲା । ନିଜ ଭବିଷ୍ଯତ ସହ ନିଜର ଶହଶହ ଶିଷ୍ଯଙ୍କୁ ସେଦିନ ତିଆରି କରିଥିଲା ଏଇ ବାଦ୍ୟ ଯନ୍ତ୍ର ସବୁ ଯାହାକୁ ସାଇତି ରଖିଛନ୍ତି । ଗୀତା ପୁରାଣ ପୋଥି ସବୁ ଆଜିବି ଏମାନଙ୍କ ପାଟିରେ । ମୃଦଙ୍ଗ ହାରମନି ଶେହନାଇ ଆଉ ଗିନି ଘୁଙ୍ଗର ସହ ଜୀବନ୍ତ ସ୍ୱର ଆଉ ତାଳ ଆଜିବି ଜୀବନ୍ତ । ଥାକ ଥାକ ହୋଇ ସାଇତା ହାତଲେଖା କାହିଁ କେତେ ପାଣ୍ଡୁଲିପି ଯୋଉଠି ପୌରାଣିକ ଠୁ ଆରମ୍ଭ କରି କାଳ୍ପନିକ କଥା ବସ୍ତୁ ରହିଛି । ଆଜିବି ଏହି ସ୍ବରରେ ରହିଛି ଗାର୍ମ୍ଭିଯ୍ଯତା ଆଉ ଶାସନ ପଣିଆ । କାରଣ ଏମାନେ ହେଲେ ସେଇ ନାଟଗୁରୁ ଯିଏ ଆଜିବି ସମ୍ମାନୀୟ ଓ ଯେଉଁମାନେ କଳା ସସ୍କୃତି ପରମ୍ପରା ର ପାଠ ପଢେଇ ନାଟ୍ଯ ପରମ୍ପରା କୁ ବଜାଇ ରଖିଛନ୍ତି ।

ଏ ହେଉଛନ୍ତି ଅବିଭକ୍ତ କୋରାପୁଟରର ସୀମାଞ୍ଚଳ ଗୁରୁ। ଯିଏ ବେଶ୍ ଜଣାଶୁଣା । ବୟସର ଅପରାହ୍ନ ରେ ବି ନିଜ ମର୍ଯ୍ଯାଦା ଓ ନାଟ୍ଯ କଳା କୁ ନେଇ ସେ ବେଶ ଖୁସି । ଗାଁ କୁ ଗାଁ ବୁଲି ନାଟ ଶିକ୍ଷା ରେ ଭୋକିଲା ପେଟରେ କେତେ ଦିନରାତି ଏମିତି ବିତିଯାଇଛି ତାଙ୍କର । କିନ୍ତୁ ନାଟଗୁରୁ ନିଶା ଛାଡିନଥିବା କହନ୍ତି ଗୁରୁ ସୀମାଞ୍ଚଳ ଓ କର୍ଣ୍ଣ ।

ମଣିଷ ଜୀବନ ତ ନାଟକ କିନ୍ତୁ ଜୀବନ ନାଟକ ଭିତରେ ଏମାନେ ସାଜିଛନ୍ତି ନାଟଗୁରୁ । ବୟସ ୭୩ ତଥାପି ଏ ବୟସରେ ତାଳ ଧୁନ ଲୟ ସହ ସେହି ଗାର୍ମ୍ଭିଯ୍ଯ ସ୍ୱର ଆଜିବି ସତେଜ । ତେର ବର୍ଷ ରୁ ଆରମ୍ଭ ନାଟ ଜୀବନରେ ୭୩ବର୍ଷରେ ମଧ୍ୟ ଜାରି ରହିଛି । ନାଟକଳା ଗୁରୁ ଙ୍କ ପ୍ରିୟ ବହି ଖାତା ଥିବା ବେଳେ ଏଠି କିନ୍ତୁ ମୃଦଙ୍ଗ ଗିନି ଘୁଙ୍ଗୁର ଶହନାଇ ଆଉ ହାରମିନିୟମ ଏଇ ଗୁରୁ ମାନଙ୍କ ଚିରସାଥି । ଡିଜିଟାଲ କ୍ଲାସ ନଥାଇ ମଧ୍ୟ ଛଣ ଛପର ଘରେ ଚାଲିଥାଏ ଗୁରୁଙ୍କ ନିଆରା ଶିକ୍ଷା ଦାନ । ପୁଷ ପୁନେଇରୁ ଗାଁ ଆଖଡାରେ ଚାଲେ ନାଟ ଶିକ୍ଷା । ସମୟ ଭିତରେ ଅନେକ ପରିବର୍ତ୍ତନ ଆଉ ସମୟ ସହ ତାଳଦେଇ ଚାଲିଛି ଅବିଭକ୍ତ କୋରାପୁଟ ର ଗ୍ରାମାଞ୍ଚଳରେ ଏଭଳି ପାରମ୍ପରିକ ନାଟ୍ଯ ଶିକ୍ଷା ।। ଏଭଳି ଗୁରୁ ମାନଙ୍କ ସହ କାମ କରି ଶିଷ୍ଯ ଠୁ ଆରମ୍ଭ କରି ଲେଖକ ମ୍ଯାନେଜର ଓ ସହ କଳାକାର ସମସ୍ତେ ଗର୍ବିତ ଆଉ ଏ ବାବଦରେ ବିବେଶ ଦିନ ପଇସା ରୋଜଗାର ବି ହେଉଥିବା କହନ୍ତି ନିର୍ଦ୍ଦେଶକ ଓ ଶିଷ୍ଯ ।।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ନାଟଗୁରୁଙ୍କ ସଖ୍ଯା ଅଧିକ ଥିବା ବେଳେ ସେମାନଙ୍କ ରାଜୁତି ମଧ୍ୟ ବେଶ ରହିଛି । କାରଣ ଗ୍ରାମାଞ୍ଚଳରେ ନାଟର ରହିଛି ବେଶ ଚାହିଦା । ଅଧିକାଂଶ ଗାଁରେ ରହିଛି ଆଖଡା । ଏଇ ଆଖଡା ହିଁ ଏମାନଙ୍କ ଶିକ୍ଷାର ମନ୍ଦିର । ବାଜା ମୃଦଙ୍ଗ ଶେହନାଇ ହାରମନି ଆଦି ବାଦ୍ୟ ଯନ୍ତ୍ର ଇତ୍ୟାଦି ଏମାନଙ୍କ ପାଠ୍ଯ ପୁସ୍ତକ, ଆଉ ଛାତ୍ର ଛାତ୍ରଛାତ୍ରୀ ହେଲେ ଗାଁ ର ଅପାଠୁଆ ପିଲା ସବୁ । ଶିକ୍ଷାଗତ ଯୋଗ୍ଯତା ବେଶି ନୁହେଁ କିନ୍ତୁ ୪୦୦ରୁ ଅଧିକ ଶିଷ୍ଯ ଙ୍କୁ ଶିକ୍ଷା ଦାନ କରନ୍ତି ଓ ବିଭିନ୍ନ ନାଟର ନିଜସ୍ବ ଲେଖା ସହ ୪୦ରୁ ଅଧିକ ପାଣ୍ଡୁଲିପି ଆଜି ବି ସଜଡା ଆଉ ଅପାସୋରା ସ୍ମୃତି ହୋଇ ରହିଛି । ସମୟ ଅନୁସାରେ ନାଟ ଓ ନାଟଗୁରୁ ଙ୍କ ରୂପରେଖ ବଦଳିଛି । କରୋନା କାଳରେ ଭୋକିଲା ପେଟ ଦେଖିଥିବା ନାଟ୍ଯ କଳାକାର ଏବେ ଅଣ୍ଟା ସଳଖି ବାକୁ ଚେଷ୍ଟା କରିଛି ଆଉ ଦର୍ଶକ ବି ସମୟ ଅନୁସାରେ ନାଟର ରୁପରଙ୍ଗ ଦେଖି ଖୁସି ।

ଭିନ୍ନ ଏମାନଙ୍କ ଶିକ୍ଷା ଦାନ ଭିନ୍ନ ପଦ୍ଧତିର ପାଠ ପଢା ଆଉ ଶିଷ୍ଯ ବି ସମ୍ପୂର୍ଣ୍ଣ ଭିନ୍ନ । ସଙ୍ଘର୍ଷ ଭିତରେ ଏହି ନାଟଗୁରୁ କାଲିବି ଥିଲେ ଆଉ ଆଜିବି ଅଛନ୍ତି। କିଛିଙ୍କୁ ସରକାରୀ କଳାକାର ମାନ୍ଯତା ସହ ଆର୍ଥିକ ସହଯୋଗ ମିଳିଛି ଆଉ କିଛି ଏହି ଅଧିକାର ଓ ସହାୟତା ମିଳିବା ଆଶାରେ ଅଛନ୍ତି । ତେବେ ନିଜ ପାଖରେ ଶିକ୍ଷା ର ବଡବଡ ମାନଦଣ୍ଡ ନଥାଇ ମଧ୍ୟ ଏମାନେ ସସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି । ଏମିତି ନିଆରା ଗୁରୁଙ୍କୁ ଆମର କୋଟି ପ୍ରଣାମ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.