Below header

ଦିଲ୍ଲୀରେ ମହାଆଡମ୍ବରରେ ଶୀତଳ ଷଷ୍ଠୀ ଉତ୍ସବ ପର୍ବ ପାଳିତ

ନୂଆଦିଲ୍ଲୀ (କେନ୍ୟୁଜ୍) : ଉତ୍କଳୀୟ ସଂସ୍କୃତିରେ ପୂଜା ପର୍ବାଣିର ଏକ ବିଶେଷ ସ୍ଥାନ ରହିଛି। ଏହି ପର୍ବ ପର୍ବାଣି ଗୁଡିକ ମଧ୍ୟରୁ ଶୀତଳ ଷଷ୍ଠୀ ଏକ ମହାନ ପର୍ବ। ଏହିଦିନ ଦେବ ଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ଲୌକିକ ବିବାହ ଉତ୍ସବ ପ୍ରାୟ ସମସ୍ତ ଶିବ ମନ୍ଦିରରେ ପାଳନ କରାଯାଇଥାଏ। ଏହି ଅବସରରେ ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହାକୁ ପାଳନ କରାଯାଇଛି। ଗତ ଚାରି ବର୍ଷ ଧରି ମହାନଗର ଦିଲ୍ଲୀ ରେ ଶୀତଳ ଷଷ୍ଠି କମିଟି ଏହି ପର୍ବକୁ ପାଳନ କରିଆସୁଛି।

shivaଚଳିତ ବର୍ଷ ସ୍ଥାନୀୟ ତ୍ୟାଗରାଜନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ବେଢା ମଧ୍ୟରେ ଥିବା ଶିବାଳୟ ପରିସରରେ ଗତ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ଏହି ମାଙ୍ଗଳିକ ଉତ୍ସବ କୁ ବେଶ ଆଡମ୍ବର ସହ ପାଳନ କରାଯାଇଛି। ତେବେ ମନ୍ଦିର ପରିସରରେ କନ୍ୟା ଘର ତରଫରୁ ମଙ୍ଗଳକୃତ୍ୟ, ହଳଦୀ ମଖା ଓ ଅନ୍ୟ ନୀତି ସମ୍ପନ୍ନ କରାଯାଇଥିବାବେଳେ ମା ପାର୍ବତୀଙ୍କୁ ବିଭିନ୍ନ ଅଳଙ୍କାରରେ ସୁ ସଜ୍ଜିତ କରି କନ୍ୟା ବେଶରେ ବିଭାହ ମଣ୍ଡପକୁ ଅଣାଯାଇଥିଲା।

processionବର ପିତାଙ୍କ ପକ୍ଷରୁ ମହାଦେବଙ୍କ ବିଭିନ୍ନ ନୀତି କରାଯାଇ ଥିଲା। ପାରମ୍ପରିକ ବାଦ୍ୟ ବାଜଣା, କୀର୍ତ୍ତନ. ସହ ମହାଦେବ ଶଙ୍କର ବରଯାତ୍ରୀ ଓ ନିଜ ବାହାନ ବୃଷଭ ସହ ଏକ ସୁଷଜୀତ ବିମାନ ରେ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ବର୍ଣ୍ଣାଢ୍ୟ ଶେଭାଯାତ୍ରା ରେ ବାହାରି ପୁନଃ ମନ୍ଦିର ସମୁଖରେ ପହଂଚିଥିଲେ।

pratapଶିବ ପାର୍ବତୀଙ୍କ ଅଲୌକିକ ବାହାଘର ଉତ୍ସବ ପାଇଁ ସମଗ୍ର ମନ୍ଦିର ପରିସର ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ନିକଟରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କିଛି ସମୟ ପାଇଁ ଯୋଗ ଦେଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ଓଡ଼ିଆ ଦିଲ୍ଲୀ ବାସିନ୍ଦା ମଧ୍ୟ ଉପସ୍ଥିତ ଥିଲେ। ଏହି ଉତ୍ସବକୁ ଆକର୍ଷଣୀୟ କରିବାପାଇଁ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.