Below header

ପାକିସ୍ତାନରେ ଜବରଦସ୍ତ ମଦ ପିଆଇ ୧୩ ବର୍ଷର ହିନ୍ଦୁ ବାଳିକାକୁ ଦୁଷ୍କର୍ମ

ପାକିସ୍ତାନର ସିନ୍ଧ ପ୍ରାନ୍ତରେ ଜଣେ ୧୩ ବର୍ଷର ହିନ୍ଦୁ ନାବାଳିକାକୁ ଜବରଦସ୍ତ ମଦ ପିଆଇ ଦୁଷ୍କର୍ମ କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ମହମ୍ମଦ ଖାନ ଜିଲ୍ଲାରେ ଜୁନ ୭ ରେ ହୋଇଛି। ରିପୋର୍ଟ ଅନୁଯାୟୀ ପିଡିତା ନିଜ ଘରୁ ଜିନିଷ କିଣିବାକୁ ବାହାରକୁ ଯାଇଥିଲେ। ଏହି ସମୟରେ ଦୁଇ ଅଭିଯୁକ୍ତ ତାକୁ ନିଜ ପାଖକୁ ଡାକିଲେ ଏବଂ ଜବରଦସ୍ତ ମଦ ପିଆଇଦେଲେ। ଏହାପରେ ଦୁହେଁ ଦୁଷ୍କର୍ମ କଲେ।

ନାବାଳିକା ଜଣଙ୍କ ଘରକୁ ନ ଫେରିବା କାରଣରୁ ତାଙ୍କ ପରିବାର ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ପାଖ ଚିନି ମିଲ୍ ନିକଟରେ ତାକୁ ବେହୋସ ଅବସ୍ଥାରେ ପାଇଥିଲେ। ପରିବାର ଲୋକ ପୋଲିସରେ ଏଫଆଇଆର ରୁଜୁ କରିଥିଲେ। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ ପିଡିତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.