ସବୁ ଭୟରୁ ମିଳିବ ମୁକ୍ତି, କେବଳ କରନ୍ତୁ ଏହି ମନ୍ତ୍ରର ଉଚ୍ଚାରଣ !

ମନୁଷ୍ୟ ଏକ ଭାବନାତ୍ମକ ପ୍ରାଣୀ । ପ୍ରେମ, ଦୟା, ମମତା, ରାଗ,ଭୟ ଭଳି ଅନେକ ଭାବନା ମନୁଷ୍ଯ ମଧ୍ୟରେ ରହିଛି ଯାହା ଦ୍ୱାରା ସେ ନିଜର ଅନୁଭବକୁ ବ୍ୟଖ୍ୟା କରିଥାଏ। ମନୁଷ୍ୟଙ୍କ ମନରେ ଡର ଏକ ଏମିତି ଭାବନା ଯାହା ତାହାର ଅନେକ ଇନ୍ଦ୍ରିୟ ଉପରେ ଭାରୀ ପଡିଥାଏ। ଏହା ପଛରେ ଅନେକ ମାନସୀକ ସମ୍ବନ୍ଧୀୟ କାରଣ ରହିଥାଇପାରେ। କଣ ଆପଣ ଜାଣିଛନ୍ତି, ଏପରି କିଛି ମନ୍ତ୍ର ରହିଛି ଯାହାର ଉଚ୍ଚାରଣ କରିବା ଦ୍ୱାରା ମନରେ ରହିଥିବା ସମସ୍ତ ପ୍ରକାରର ଡର ଦୂର ହୋଇଯାଇଥାଏ।

Hanuman

-ବଜରଙ୍ଗବଳୀ ବା ହନୁମାନଙ୍କୁ ହିନ୍ଦୁ ଧର୍ମରେ ଶକ୍ତିର ଦେବତା ବୋଲି କୁହାଯାଇଥାଏ। ଦୈନିକ ସକାଳେ ନିତ୍ୟାକର୍ମ ଶେଷ କରି ସ୍ନାନ କରିବା ପରେ ବଜରଙ୍ଗବଳୀଙ୍କ ଫଟୋ ସମ୍ମ୍‌ୁଖରେ ଠିଆ ହୋ୧୦୮ଥର ‘ଓଁ ହ୍ରିଂ କ୍ରିଂ ହନୁମତେ ରାମଦୁତାଏ ନମଃ’ ମନ୍ତ୍ରର ଜାପ କରନ୍ତୁ। ଏହାପରେ ଆପଣ ହନୁମାନ ଚାଳିଶାର ଜାପ ମଧ୍ୟ କରିପାରିବେ।

-ଶିବଙ୍କର ମହାମୃତ୍ୟୁମଜୟ ମନ୍ତ୍ର ସମସ୍ତ ପ୍ରକାରର ଭୟକୁ ଦୂର କରିବା ପାଇଁ ବେଶ ଜଣାଶୁଣା। ଯଦି ଆପଣଙ୍କୁ ସବୁବେଳେ ମୃତ୍ୟୁର ଭୟ ଲାଗୁଛି ଅଥବା ଭାଗ୍ୟରେଖାରେ ମରଣର ଯୋଗ ରହିଛି ତେବେ ମନ୍ତ୍ରର ଜାପ କରନ୍ତୁ।

Durga

-ମା ଦୁର୍ଗା ହେଉଛନ୍ତି ଶକ୍ତିର ପ୍ରତୀକ। ଯଦି କୌଣସି ଅସୁବିଧାରେ ଫସି ଯାଇଛନ୍ତି ଅଥବା କିଛି କଥାକୁ ନେଇ ମନରେ ଡର ଭର୍ତ୍ତି ହୋଇଯାଇଛି ତେବେ ମନ୍ତ୍ରକୁ ଜାପ କରନ୍ତୁ। ଏହି ମନ୍ତ୍ରକୁ ଦୈନିକ ଜପ କରୁଥିବା ବ୍ୟକ୍ତିଙ୍କ ଉପରେ ମାଁ ଦୁର୍ଗାଙ୍କର ଆର୍ଶୀବାଦ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.